ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କଲା ନାସା, ୨୦୨୫ ଫେବୃଆରୀରେ ଫେରିବେ

ଆଉ ୮୦ ଦିନ ମହାକାଶରେ ରହିବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍ ୱାଲମୋର୍। ୨୦୨୫ରେ ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ ଭେହିକିଲ୍ ଯୋଗେ ପୃଥିବୀକୁ ଫେରିବେ । ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଛି ନାସା । ଆସନ୍ତା ବର୍ଷ ଫେବ୍ରୁଆରୀରେ ଫେରିବେ ସୁନିତା ଓ ତାଙ୍କ ସହଯୋଗୀ ।

ଏଲନ ମସ୍କଙ୍କ ବୋଇଂ ଷ୍ଟାର୍ ଲାଇନର ଏୟାରକ୍ରାଫ୍ଟ ଯୋଗେ ଫେରିବେ ଉଭୟ ମହାକାଶଚାରୀ । ଜୁନ ମାସରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଫସି ରହିଛନ୍ତି ସୁନିତା ଓ ବୁଚ୍ ୱାଲମୋର । ନାସା ଆଡମିନିଷ୍ଟ୍ରେଟର ବିଲ୍ ନେଲସନ୍ କହିଛନ୍ତି, ସ୍ପେସ୍ ଫ୍ଲାଇଟ୍ ବିପଦପୂର୍ଣ୍ଣ । ତେଣୁ ସୁରକ୍ଷାକୁ ଗୁରୁତ୍ବ ପ୍ରଦାନ କରାଯାଇଛି । ସେମାନେ ୮ ଦିନ ପାଇଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲେ । କିନ୍ତୁ ବୋଇଂ କ୍ୟାପସୁଲରେ ବୈଷୟିକ ତ୍ରୁଟି ଯୋଗୁଁ ତାଙ୍କୁ ସେଠାରେ ଫସି ରହିବାକୁ ବାଧ୍ୟ କରିଛି । ୮ ମାସ ରହିବା ପରେ ସେମାନେ ପୃଥିବୀ ପୃଷ୍ଠକୁ ଫେରିବେ ।

ସୂଚନାଯୋଗ୍ୟ, ସୁନୀତା ଓ ବୁଚ୍ ଜୁନ୍ ୫ ତାରିଖରେ ନାସାର ବୋଇଂ ‘ଷ୍ଟାରଲାଇନର’ରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ । ଉଭୟ ଜୁନ୍ ୧୩ରେ ପୃଥିବୀ ପୃଷ୍ଠକୁ ଫେରିବାର ଥିଲା । କିନ୍ତୁ ‘ଷ୍ଟାରଲାଇନର’ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଭୟ ଫସି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like