ଦୁଇ ମହାକାଶଚାରୀଙ୍କ ବିନା ପୃଥିବୀ ପୃଷ୍ଠକୁ ଫେରିଲା ନାସାର ବୋଇଂ ଷ୍ଟାରଲାଇନର

ଲ୍ୟାଣ୍ଡିଂ କଲା ନାସାର ବୋଇଂ ଷ୍ଟାରଲାଇନର । ନ୍ୟୁ ମେକ୍ସିକୋର ହ୍ୱାଇଟ୍ ସ୍ୟାଣ୍ଡ ସ୍ପେସ୍ ହାର୍ବୋର ଠାରେ ଲ୍ୟାଣ୍ଡ କରିଛି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡ଼ିବା ପରେ ଏହା ପୃଥିବୀ ପୃଷ୍ଠକୁ ଫେରିଲା । ଏଥିରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବେରୀ ୱିଲମୋରେ ଯାଇଥିଲେ ।

ଜୁନ ୫ରେ ଫ୍ଲୋରିଡ଼ାର କେପ କାନେଭେରାଲ ମହାକାଶ କେନ୍ଦ୍ରରୁ ଲଞ୍ଚ ହୋଇଥିଲା । ପ୍ରାଥମିକ ଭାବେ ଏହା ୮ ଦିନିଆ ମିଶନ ଥିଲା । କିନ୍ତୁ ସ୍ପେସକ୍ରାଫ୍ଟ ହିଲିୟମ ଲିକ ଓ ଥ୍ରଷ୍ଟର ବିଫଳତା ଯୋଗୁ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ସମୟକୁ ବଢ଼ାଇ ଦିଆଯାଇଥିଲା । ଏହି ସ୍ପେସକ୍ରାଫ୍ଟରେ ଦୁଇ ମହାକାଶଚାରୀ ଫେରିବାକୁ ସୁରକ୍ଷିତ ମନେ କରାଯାଇନଥିଲା । ଆସନ୍ତା ବର୍ଷ ଫେବ୍ରୁଆରୀ ପ୍ରାରମ୍ଭରେ ଏଲନ ମସ୍କଙ୍କ ସ୍ପେସ ଏକ୍ସ କ୍ରିଉ ଡ୍ରାଗନରେ ଦୁଇ ମହାକାଶଚାରୀ ଫେରିବେ ବୋଲି ନିକଟରେ ନାସା ଘୋଷଣା କରିଥିଲା ।

ତେବେ ସୂଚନା ଥାଉକି, ତିନିମାସ ଧରି ମହାକାଶରେ ଅଟକି ରହିଥିବା ଷ୍ଟାରଲାଇନର୍ ସ୍ପେସ୍ ଷ୍ଟେସନ ଛାଡି ପୃଥିବୀ ଫେରିଛି । ମହାକାଶଯାନରେ ଏକ ସମସ୍ୟା ଯୋଗୁ ଏହା ଉଭୟ ମହାକାଶଚାରୀଙ୍କ ବିନା ପୃଥିବୀକୁ ଫେରିଥିବା ସ୍ପଷ୍ଟ ହୋଇଛି ।  ଅର୍ଥାତ୍ ସୁନୀତା ୱିଲିୟମ୍ସ ଏବଂ ବୁରି ୱିଲମୋରଙ୍କୁ ସ୍ପେସ୍ ଷ୍ଟେସନରେ ପାଞ୍ଚରୁ ଛଅ ମାସ ବିତାଇବାକୁ ପଡିବ । ଫେବୃଆରୀ ୨୦୨୫ରେ ଉଭୟ ମହାକାଶଚାରୀଙ୍କୁ ସ୍ପେସ୍ ଏକ୍ସ କ୍ରୁ -୯ ଦ୍ୱାରା ଫେରିବାକୁ ଯୋଜନା କରାଯାଇଛି  ପ୍ରାୟ ୬ ଘଣ୍ଟା ଯାତ୍ରା ପରେ ଷ୍ଟାରଲାଇନର୍ ଆମେରିକାର ନ୍ୟୁ ମେକ୍ସିକୋ ଅଞ୍ଚଳରେ ଅବତରଣ କରିଛି ।

ଗତକାଲି ଆମେରିକାର ସମୟ ଅନୁସାରେ ସନ୍ଧ୍ୟା ପ୍ରାୟ ୬ଟା ୦୪ ମିନିଟରେ ଷ୍ଟାରଲାଇନର୍ ସଫଳତାର ସହିତ ସ୍ପେସ୍ ଷ୍ଟେସନ୍ ଛାଡିଥିବାବେଳେ, ରାତି ୧୧ଟା ୧୭ମିନିଟରେ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା । ଆମେରିକାରର ମଧ୍ୟରାତି ୧୨ଟା ୦୩ରେରେ ନ୍ୟୁ ମେକ୍ସିକୋର ହ୍ୱାଇଟ ସ୍ୟାଣ୍ଡ ସ୍ପେସ୍ ହାରବରରେ ଅବତରଣ କରିଛି ।

ଷ୍ଟାରଲାଇନର୍ ଛାଡିବା ପରେ ସୁନୀତା ୱିଲିୟମ୍ସ ମିଶନ୍ କଣ୍ଟ୍ରୋଲ୍ ରେଡିଓ କହିଥିଲେ, ‘କାଲିପ୍ସୋକୁ ଘରକୁ ଆଣିବାର ସମୟ ଆସିଛି।’ ସମସ୍ତଙ୍କ ନଜର ଷ୍ଟାରଲାଇନର୍ ଫେରିବା ଉପରେ ଥିଲା । ଯଦି ଏହା ନିରାପଦରେ ଅବତରଣ କରେ, ବୋଇଙ୍ଗ ହୁଏତ ଏହାର ଖରାପ ସୁନାମରୁ ରକ୍ଷା ପାଇପାରେ ।

ଏପଟେ ପାଖାପାଖି ଏକ ସପ୍ତାହର ପରୀକ୍ଷଣ ମିଶନ୍ ପରେ ଷ୍ଟାରଲାଇନର୍ ଜୁନ୍ ମାସରେ ଲଞ୍ଚ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏକ ଥ୍ରଷ୍ଟର ତ୍ରୁଟି ଏବଂ ହିଲିୟମ୍ ଲିକ୍ ଏହାର ଯୋଜନାକୁ ବିଫଳ କରିଥିଲା ​। ବୋଇଙ୍ଗ ଏବଂ ନାସା ଦଳ ମହାକାଶଯାନର ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଶେଷରେ ସୁନିତା ୱିଲିୟମ୍ସ ଏବଂ ବଚ୍ ୱିଲମୋରଙ୍କୁ ଷ୍ଟାରଲାଇନରେ ପୃଥିବୀ ଫେରାଇ ଆଣିବା ସୁରକ୍ଷିତ ନୁହେଁ ବୋଲି ଆମେରିକାର ସ୍ପେସ୍ ଏଜେନ୍ସି ନିଷ୍ପତ୍ତି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like