ଲଗାତାର ସଙ୍କୁଚିତ ହେଉଛି ଚନ୍ଦ୍ର, ନାସା ଗବେଷଣାରୁ ହେଲା ସ୍ପଷ୍ଟ

ଧୀରେ ଧୀରେ ସଙ୍କୁଚିତ ହେଉଛି ଚନ୍ଦ୍ରପୃଷ୍ଠ । ଏହାସହ ଅନୁଭୂତ ହେଉଛି ମୃଦୁ କଂପନ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ଲୁନାର ରେକନାଇସାନ୍‌ସ ଅର୍ବିଟର ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଛି। ଚନ୍ଦ୍ରପୃଷ୍ଠରୁ ଉତ୍ତୋଳନ ହୋଇଥିବା ପ୍ରାୟ ୧୨ହଜାର ଫଟୋ ଚିତ୍ରକୁ ଅନୁଧ୍ୟାନ ପରେ ଏହି ତଥ୍ୟ ପ୍ରକାଶ କରିଛି ନାସା। ଚନ୍ଦ୍ରପୃଷ୍ଠର ଉତ୍ତର ମେରୁରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ପୃଥିବୀ ପରି ଚନ୍ଦ୍ର ପୃଷ୍ଠରେ ଟେକ୍‌ଟୋନିକ ପ୍ଲେଟ ନଥିବାରୁ ଚନ୍ଦ୍ର ସଙ୍କୁଚିତ ହେଉଛି। ଏହି ପ୍ରକ୍ରିୟା ଗତ ୪କୋଟି ୫୦ଲକ୍ଷ ବର୍ଷ ଧରି ଚାଲିଥିବା ଜଣାପଡ଼ିଛି। ଫଳରେ ଗତ କିଛି ଶହ ବର୍ଷ ଧରି ଏହି ପ୍ରକିୟା ଫଳରେ ଚନ୍ଦ୍ର ୧୫୦ ଫୁଟ ସଙ୍କୁଚିତ ହୋଇଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.