କେନ୍ୟୁଜ୍ (ବ୍ୟୁରୋ): ମିଶନ ଚନ୍ଦ୍ରାୟନ-୨ରେ ଲ୍ୟାଣ୍ଡର ବିକ୍ରମ ସହ କ’ଣ ହୋଇଥିଲା? ଶେଷ ମୁହୂର୍ତ୍ତରେ କାହିଁକି ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହେଲା? ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଂ କରିଛି ନା ଖସି ପଡ଼ିଲା? ଖୁବଶୀଘ୍ର ମହାକାଶରୁ ଆସିପାରେ ଖୁସି ଖବର। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗବେଷଣା ଜାରି ରଖିଥିବା ବେଳେ ଆଶା ସଞ୍ଚାର କଲା ଭଳି ଖବର ଦେଇଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। କିଛି ଫଟୋ ଜାରି କରିଛି। କୁହାଯାଇଛି ଚନ୍ଦ୍ରପୃଷ୍ଠରେ ଯେଉଁ ସ୍ଥାନରେ ବିକ୍ରମ ଅବତରଣ କରିଥିଲା, ସେସବୁ ସେହି ସ୍ଥାନର ଫଟୋ। ଉଜ୍ଜ୍ୱଳ ଆଲୋକ ଭିତରେ ଉତ୍ତୋଳନ ହୋଇଛି। ସେସବୁ ଫଟୋକୁ ନାସାର Lunar Reconnaissance Orbiter ବା LRO ଉଠାଇଛି। ତେବେ ଫଟୋରେ ବିକ୍ରମକୁ ଠାବ କରିପାରି ନାହାନ୍ତି ନାସା ବୈଜ୍ଞାନିକ। କିନ୍ତୁ ଗବେଷଣା ଜାରି ରହିଛି। ନାସାର LROରେ ଥିବା କ୍ୟାମେରା ଉତ୍ତୋଳନ କରିଥିବା ଫଟୋ ଏକ ବିସ୍ତୀର୍ଣ୍ଣ ଅଞ୍ଚଳରୁ ନିଆଯାଇଛି। ନଭେମ୍ବର ୧୦ ତାରିଖରେ LRO ପୁଣି ଥରେ ବିକ୍ରମ ଖସି ପଡ଼ିଥିବା ସ୍ଥାନ ଉପରେ ଉଡ଼ାଣ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ବିକ୍ରମ ଉପରେ ଅଧିକ ତଥ୍ୟ ମିଳିବ ବୋଲି କହିଛି ନାସା। ତେଣୁ ଖୁବଶୀଘ୍ର ଭଲ ଖବର ମିଳିବା ନେଇ ଆଶା କରାଯାଉଛି। ଗତମାସ ୭ ତାରିଖରେ ଚନ୍ଦ୍ର ଦକ୍ଷିଣମେରୁରେ ଲ୍ୟାଣ୍ଡର ବିକ୍ରମ ପାଦ ଥାପିବାର ଥିଲା। ତେବେ ୨.୧ କିଲୋମଟର ଦୂରରେ ଥିବା ବେଳେ ଲ୍ୟାଣ୍ଡର ସହ ବିଚ୍ଛିନ୍ନ ହୋଇଥିଲା ଯୋଗାଯୋଗ। ଏବେ ଅର୍ବିଟର ଚନ୍ଦ୍ର ଚାରିପଟେ ପରିକ୍ରମା କରୁଛି। ଇସ୍ରୋକୁ ତଥ୍ୟ ଦେଉଛି ଅର୍ବିଟର। .
Calling all 3-D artists and visual storytellers: @NASAGoddard released a Moon visualization kit, created with data assembled by our @LRO_NASA camera and laser altimeter instrument teams.
📲 🌔 How to download and try it out: https://t.co/auTfp6fUK4 pic.twitter.com/yjDZ61rJ5D
— NASA (@NASA) October 14, 2019