ପୃଥିବୀରେ ଏମିତି କିଛି ଜାଗା ନାହିଁ ଯେଉଁଠି ମଣିଷର ଅଳିଆ ଆବର୍ଜନା ପଡିନାହିଁ । ଏହି ଅଳିଆ ଆବର୍ଜନାରୁ ଚନ୍ଦ୍ର ମଧ୍ୟ ବାଦ ପଡିନାହିଁ । କାରଣ ନାସ କହିଛି ଚନ୍ଦ୍ରପୃଷ୍ଠରେ ୭୯୬ ପ୍ରକାର ମାନବନିର୍ମିତ ଆବର୍ଜନା ମିଳିଛି ଯେଉଁଥିରୁ ୭୬୫(୯୬%) ଆମେରିକାର ମିଶନ ବେଳେ ଛାଡି ହୋଇଯାଇଛି। ମାହାକାଶ ଏଜେନ୍ସି ଏହା କହିଛି ଯେ ଏହି ଅବର୍ଜନା ଚନ୍ଦ୍ରର କୋଉଁଠାରେ ପଡିଛି ତାହା ଜଣା ପଡିନାହିଁ। କିନ୍ତୁ ଏହା ସତ୍ୟଯେ ଆବର୍ଜନା ସେଠାରେ ସୁନିଶ୍ଚିତ ରହିଛି। ନାସା ଏକ ମ୍ୟାପ ମଧ୍ୟ ଜାରି କରିଛି, ଯେଉଁଥିରେ ଏହି ବଡ ଆବର୍ଜନାର ସ୍ଥାନ ଦେଖାଯାଇଛି।
ଆହୁରି ପଢନ୍ତୁ : ରକ୍ଷା ବନ୍ଧନ: ଏଥର ‘ରାଖି’ରେ ଭଉଣୀକୁ ଏହି ଖାସ୍ ଉପହାର ଦେଇ କରନ୍ତୁ ସରପ୍ରାଇଜ୍
ଆମେରିକା ୧୯୬୦ ଦଶକରେ ରେଂଜର ସ୍ପେଷକ୍ରାଫ୍ଟର ଅନେକ ମାନବ ଚାଳିତ ମିଶନ ଉତେକ୍ଷେପଣ କରିଥିଲା ,କିନ୍ତୁ ଏଥିରେ ତାକୁ ଅସଫଳତା ମିଳିଥିଲା। ରେଂଜର ୪,୫,୬,୭,୮ ଓ ୯ ଚନ୍ଦ୍ର ମାଡ ହୋଇ କ୍ରାସ ହୋଇଯାଇଥିଲା। କିନ୍ତୁ ରେଂଜର ୩ ଘୁରି ଘୁରି ଚନ୍ଦ୍ରର ଅନ୍ୟ କକ୍ଷକୁ ଚାଲି ଯାଇଥିଲା। ଏହା ପରେ ଲୁନର ଅରବିଟର ମେସିନ ପ୍ରେରିତ କରାଯାଇଥିଲା। ଏହି ମେସିନ ସେହି ସବୁ ସ୍ଥାନର ଅନେକ ଛବି ପଠାଇ ଥିଲା ଯେଉଁଠାରେ ପ୍ରଥମଥର ମାନବ ଓହ୍ଲାଇବାଟା ସହଜ ହେବ।
ସର୍ଭେୟର ପ୍ରୋଗ୍ରାମକୁ ଚନ୍ଦ୍ରପୃଷ୍ଠ ହିସାବରେ ଡିଜାଇନ କରାଯାଇଛି। ଏହା ମଧ୍ୟ ୬୦ ଦଶକର ଅର୍ଧ ସମୟ ବେଳକୁ ଲଞ୍ଚ କରାଯାଇଥିଲା। ଏହି ମେସିନ ସ୍ପଷ୍ଟ କରିଥିଲା ଯେ ଆପୋଲୋ ମେସିନକୁ କେଉଁଠାରେ ଲ୍ୟାଣ୍ଡିଙ୍ଗ କରାଯାଇପାରିବ। ଏହା ସହିତ ସର୍ଭେୟର ମଧ୍ୟ ଚନ୍ଦ୍ରର ଭୂ ଆକୃତି ଡାଟା ମଧ୍ୟ ଏକାଠି କରିଥିଲା।
୨୦୦୯ରେ ନାସା ଲୁନର କ୍ରେଟର ଅବଜରଭେସନ ଆଣ୍ଡ ସାଟେଲାଇଟ (LCROSSS)ପ୍ରେରିତ କରିଥିଲା। ଏହି ମେସିନ ଚନ୍ଦ୍ରରେ ପାଣି ବରଫ ରୂପରେ ଥିବାର ଜଣାଇଥିଲା। ସୁଚନା ମୁତାବକ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ପାର୍ଶ୍ବରେ ଥିବା କ୍ରିଟୋରୋରେ ବରଫ ରହିଥାଇପାରେ ।
ଆହୁରି ପଢନ୍ତୁ : ନର୍କ ର ଦ୍ବାର ହେଉଛି ଏହି ରହସ୍ୟମୟୀ ଗାତ, ଆଜି ପର୍ଯ୍ୟନ୍ତ କେହି ମାପି ପାରି ନାହାନ୍ତି ଏହାର ଗଭୀରତା
୧୯୬୯ ଠାରୁ ୧୯୭୨ ମଧ୍ୟରେ ମାନବ କେବଳ ୬ଥର ଚନ୍ଦ୍ରପୃଷ୍ଠରେ ପାଦ ରଖିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଅନେକ ବସ୍ତୁ ଚନ୍ଦ୍ର ଉପରେ ଛାଡି ଆସିଥିଲେ। ଏହି ଆବର୍ଜନା ବସ୍ତୁ କେଉଁଠି ଅଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ମ୍ୟାପରେ ଉପରେ ପ୍ରତ୍ୟେକ ବିନ୍ଦୁ ଏକ ଆବର୍ଜନା ବସ୍ତୁକୁ ପଦର୍ଶିତ କରୁଛି। କିନ୍ତୁ ଏହାକୁ ସ୍କେଲ କରାଯାଇପାରିବ ନାହିଁ। ବିନ୍ଦୁ ଗୁଡିକ ଚନ୍ଦ୍ର ପୃଷ୍ଠଭୂମିରେ ଅଧିକ ସ୍ଥାନ ନେଇଥାଏ ଯେତିକି ତାକୁ ଦରକାର ହୋଇଥାଏ। କିନ୍ତୁ ଏହା ପାଖାପାଖି ଲୋକଙ୍କୁ ଅନୁଭବ କରାଇବ ଯେ କେତେ ମାତ୍ରାରେ ଆବର୍ଜନା ବସ୍ତୁ ସେଠାରେ ଛାଡି ଆସିଛନ୍ତି।
ଆହୁରି ପଢନ୍ତୁ : ମୁନ ମିଶନରେ ଭାରତ ହେବ ଚତୁର୍ଥ ଦେଶ: ଏନେଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତା
ଚନ୍ଦ୍ର ଉପରେ ଛଡା ଯାଇଥିବା ଅଧିକାଂଶ ବସ୍ତୁ ସବୁ ମିଶନ ପାଇଁ ସାମାନ୍ୟ ଥିଲା। ସେମାନେ ପାଖାପାଖି ପ୍ରୋଟେବୁଲ ଲାଇଫ ସପୋର୍ଟ ସିଷ୍ଟମକୁ ପଛକୁ ଛାଡି ଦେଇଥିଲେ, ଯାହା ମହାକାଶ ଯାତ୍ରୀଙ୍କୁ ନିଜ ସ୍ପେଶ ସୁଟ ଭିତରେ ଜୀବିତ ରଖୁଥିଲା।
ଆପୋଲୋ ୧୭ର ମହାକାଶ ଯାତ୍ରୀ ରିଷ୍ଟ ମିରର ଚନ୍ଦ୍ର ଉପରେ ଛାଡି ଆସିଥିଲେ। ଏହା ସୋଲାର ପାୱାର ଫ୍ଲାସ୍ ଲାଇଟ ଭଳି ହୋଇଥାଏ। ଏହାର ଧରିତ୍ରୀ ଉପରେ ଉପଯୋଗିତା ଅନେକାଂଶରେ କମ ହୋଇଥାଏ। ଏହା ବ୍ୟତିତ ମହାକାଶଚାରିମାନେ ଚନ୍ଦ୍ର ଉପରେ ସାବୁନ, ଆଣ୍ଟି ବ୍ୟାକ୍ଟରିଆଲ କ୍ରିମ, ହାଇଜିନ କିଟ ମଧ୍ୟ ଛାଡି ଦେଇଥିଲେ ।