ଅନ୍ତରୀକ୍ଷରେ ମାନବ ଶରୀରରେ କଣ ପଡିଥାଏ ପ୍ରଭାବ , ନାସାର ଟ୍ବିନସ୍ ଷ୍ଟଡିରେ ସାମ୍ନାକୁ ଆସିଲା ଫଳାଫଳ

ନାସାର ଟ୍ବିନସ୍ ଷ୍ଟଡିରେ ଜଣାପଡିଛି କି ମାନବ ଶରୀର ଅନ୍ତରୀକ୍ଷର ବାତାବରଣରେ କେମିତି ପ୍ରତିକ୍ରିୟା କରିଥାଏ। ଏହି ଐତିହାସିକ ଅଧ୍ୟୟନରେ ପ୍ରାପ୍ତ ହୋଇଥିବା ଡାଟାରେ ବୈଜ୍ଞାନିକ ମାନେ ଏହା ବୁଝିବାରେ ସଫଳତା ପାଇପାରିଛନ୍ତି କି ମାନବ ଶରୀର ଅନ୍ତରୀକ୍ଷରେ କିପ୍ରକାରରେ ଅନୁକୂଳ ରହିପାରିବେ ଏବଂ ସେଠାକାର କଠୋର ବାତାବରଣରେ ସେମାନଙ୍କୁ କିପରି ଭଲ ଭାବେ ଫେରାଇ ଆଣିହେବ ନା ନାହିଁ । କହିରଖିବାକୁ ଚାହୁଁଛୁ କି ଏହି ଷ୍ଟଡି ୨୦୧୫-୧୬ରେ ହୋଇଥିଲା।

ନାସା କହିଛି କି ଏହି ଡାଟା ପ୍ରଥମ ଇନଗ୍ରେଟେଡ୍ ବାୟୋମୋଲିକ୍ୟୁଲର ଛବି ପ୍ରଦାନ କରିଥାଏ କି ମାନବ ଶରୀର ଅନ୍ତରୀକ୍ଷରେ କଣ ପ୍ରତିକ୍ରିୟା କରିଥାଏ । ଡାଟା ଚନ୍ଦ୍ରମା ଏବଂ ମଙ୍ଗଳ ଗ୍ରହରେ ମାନବ ଅଭିଯାନ ଦ୍ବାରା ମିଶନ ରେ ସାମିଲ୍ ଲୋକମାନଙ୍କ ସ୍ବାସ୍ଥ୍ୟ ଭଲ ରହିବା ପାଇଁ ଠିକ୍ ଉପାୟରେ ଜିନୋମିକ୍ ଷ୍ଟେପିଙ୍ଗ ଷ୍ଟୋନ୍ ରୂପରେ କାର୍ଯ୍ୟ କରିବ । ଜେନେରାଲ ସାଇନ୍ସରେ ପ୍ରକାଶିତ ଟ୍ବନ୍ସ ଷ୍ଟଡିର ପ୍ରମୁଖ ପରିଣାମରେ ଜିନରେ ପରିବର୍ତ୍ତନ,ପ୍ରତିରକ୍ଷା ପ୍ରଣାଳୀ ପ୍ରତିକ୍ରିୟା ଏବଂ ଟେଲୋମେର ଡାୟନେମିକସ୍ ସମ୍ବନ୍ଧୀତ ନିଷ୍କର୍ସ ସାମିଲ୍ ଅଛି । ଡାଟା ମୁତାବକ ଅନ୍ତରିକ୍ଷରେ ରହିବା ଅବସରରେ ଭଙ୍ଗାଯାଇଥିବା କ୍ରୋମୋସୋମ୍ ନିଜକୁ ପୁନଃ ବ୍ୟବସ୍ଥିତ କରିଥାଏ ।

ଟ୍ବିନସ୍ ଭାଇଙ୍କୁ କରାଯାଇଥିଲା ସାମିଲ୍ :

ଏହି ଅଧ୍ୟୟନରେ ଟ୍ବିନସ ଭାଇଙ୍କୁ ସାମିଲ୍ କରାଯାଇଥିଲା । ଅଧ୍ୟୟନ ଏଥିପାଇଁ କରାଯାଇଥିଲା କି ଏହା ଜଣାପଡିପାରିବ କି ଅନ୍ତରୀକ୍ଷକୁ ଯିବାଦ୍ବାରା ଆମ ଜିନରେ କଣ ପରିବର୍ତ୍ତନ ହୋଇଥାଏ । ପରୀକ୍ଷଣ ଅବଧି ଭିତରେ ଦୁଇ ଭାଇଙ୍କ ଉପରେ ବିଶେଷଭାବେ ନଜର ରଖାଯାଇଥିଲା । ଏହି ପରୀକ୍ଷଣରେ ମାର୍କ ପୃଥିବୀରେ ରହିଥିଲେ ଏବଂ ସ୍କୋର୍ଟ କେଲି ଆଇଏସଏସ୍ ରେ ରହିଥିଲେ । ଏଥିରେ ପରିଣାମ ଜଣାପଡିଥିଲା କି ମାଇକ୍ରୋଗ୍ରେବିଟି ଏକ ବ୍ୟକ୍ତିକୁ କେମିତି ପ୍ରଭାବିତ କରିଥାଏ । ଏକ ବର୍ଷର ଏହି ଅବଧି ଭିତରେ ଜୈବିକ ନମୁନା ମାର୍କ ଏବଂ ସ୍କୋର୍ଟ ଦୁହିଁଙ୍କଠୁ ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.