ଭାରତୀୟ ବାୟୁସେନା ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କୁ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ପଠାଇବ ନାସା, ଖୁବଶୀଘ୍ର ଆରମ୍ଭ ହେବ ଟ୍ରେନିଂ
ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସଏସ)କୁ ପଠାଇବ । ଏହାକୁ ନେଇ ଶୁକ୍ରବାର ଏକ ବୟାନ ଜାରି କରି ସୂଚନା ଦେଇଛି ନାସା । ଇସ୍ରୋର ମାନବ ମହାକାଶ ବିମାନ କେନ୍ଦ୍ର(ଏଚଏସ୍ଏଫସି) ଆମେରିକା ଭିତ୍ତିକ ଆକ୍ସିମୋ ସ୍ପେସ ସହିତ ମହାକାଶ ବିମାନ ଚୁକ୍ତି(ଏସଏଫଏ) କରିଛି । ଏହି ମିଶନରେ ଦୁଇ ଜଣ ଭାରତୀୟ ଜଣେ ପ୍ରାଇମ ଓ ଜଣେ ବ୍ୟାକଅପ ପାଇଲଟ ରହିବେ । ଭାରତ ଓ ଆମେରିକା ସ୍ପେସ ମିଶନ ଅଧୀନରେ ନାସା ପକ୍ଷରୁ କ୍ୟାପଟେନ ଶୁକ୍ଳାଙ୍କୁ ଚୟନ କରାଯାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଆଇଏସଏସକୁ ଆଗାମୀ ଆକ୍ସିମୋ-୪ ମିଶନ ପାଇଁ ଏପରି ଚୁକ୍ତି କରାଯାଇଛି । ଗ୍ରୁପ କ୍ୟାପଟେନ ଶୁକ୍ଳା ପ୍ରାଇମେରୀ ମିଶନ ପାଇଲଟ ରହିବେ । ସେହିପରି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବାଲକ୍ରିଷ୍ଣନ ନାଏର ବ୍ୟାକଅପ ମିଶନ ପାଇଲଟ ଭାବେ କାମ କରିବେ । ଦୁଇ ଅଧିକାରୀଙ୍କ ଟ୍ରେନିଂ ଯାହା ଗଗନଯାତ୍ରୀ ନାମରେ ପରିଚିତ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯିବ ।
ଗତ ବର୍ଷ ଏୟାରଫୋର୍ସର ୪ ଜଣ ପାଇଲଟଙ୍କୁ ଚୟନ କରାଯାଇଥିଲା । ଏହାପରେ ବେଙ୍ଗାଲୁରୁରେ ଥିବା ଇସ୍ରୋର ମହାକାଶଚାରୀ ତାଲିମ କେନ୍ଦ୍ର ଗଗନଯାନ ମିଶନ ପାଇଁ ଟ୍ରେନିଂ ଦିଆଯାଇଥିଲା ।
ଗ୍ରୁପ କ୍ୟାପଟେନ ଶୁକ୍ଳାଙ୍କ ଜନ୍ମ ଲକ୍ଷ୍ନୌର ଉତ୍ତର ପ୍ରଦେଶର । ୧୮ ବର୍ଷ ତଳେ ଭାରତୀୟ ବାୟୁସେନାରେ ସେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ସେ ତାଲିମ ନେବା ପରେ ବାୟୁସେନାରେ ଭର୍ତ୍ତି ହୋଇଥିଲେ ।