ଆସନ୍ତା କିଛି ଘଣ୍ଟା ଭିତରେ ସବୁଠୁ ଶକ୍ତିଶାଳୀ ରକେଟ୍‌ର ଉତକ୍ଷେପଣ କରିବ ନାସା, ପୁଣି ଥରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଆର୍ଟିମସ-୧ ମିଶନ

କେନ୍ୟୁଜ୍(ବ୍ୟୁରୋ): ଆଜି ନାସାର ମୁନ୍‌ ମିଶନ । ପୁଣି ଥରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଆର୍ଟିମସ-୧ ମିଶନ । ଆସନ୍ତା କିଛି ଘଣ୍ଟା ଭିତରେ ସବୁଠୁ ଶକ୍ତିଶାଳୀ ରକେଟ୍‌ର ଉତକ୍ଷେପଣ କରିବ ନାସା । ଫ୍ଲୋରିଡାର କେନେଡି ସ୍ପେସ୍‌ ସେଣ୍ଟରରୁ ମାନବ ବିହୀନ ସ୍ପେସ ଲଞ୍ଚ ସିଷ୍ଟମ ରକେଟ ଏସଏଲଏସର ଉତକ୍ଷେପଣ କରାଯିବ । ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ନିକଟରେ ଏହାର ଉତ୍‌କ୍ଷେପଣ ସ୍ଥଗିତ ରଖାଯାଇଥିଲା । ଉତ୍‌କ୍ଷେପଣର କିଛି ସମୟ ପୂର୍ବରୁ ରକେଟ ଇଞ୍ଜିନର ଫୁଏଲ ଲିକ୍‌ ଓ କ୍ରାକ ଦେଖାଦେଇଥିଲା । ଆଜି ପାଇଁ ପରବର୍ତ୍ତୀ ଦିନ ଧାର୍ଯ୍ୟ ହୋଇଥିଲା ।

ନାସାର ପ୍ରଶାସକ ବିଲ୍‌ ନେଲସନ୍‌ କହିଥିଲେ, ଏହା ସମ୍ପୂର୍ଣ୍ଣ ନୂଆ ରକେଟ୍‌ । ପ୍ରସ୍ତୁତ ନହେବା ଯାଏ ଉତକ୍ଷେପଣ ହେବ ନାହିଁ । ଆର୍ଟିମସ-୧ ମିଶନ ମାଧ୍ୟମରେ ମାନବ ବିହୀନ ସ୍ପେସ ଲଞ୍ଚ ସିଷ୍ଟମ ରକେଟ ଏବଂ ଓରିଅନ କ୍ୟାପସୁଲକୁ ଉତ୍‌କ୍ଷେପଣ କରିବାକୁ ଲକ୍ଷ୍ୟ ରହିଥିଲା । ପ୍ରାୟ ଶହେ ମିଟର ଲମ୍ବ ଏସଏଲଏସ ପୃଥିବୀ ଠାରୁ ବହୁ ଦୂରରେ ଓରିଅନକୁ ନିକ୍ଷେପ କରିବ । ରକେଟରେ ରହିଛି ୭ଲକ୍ଷ ଗ୍ୟାଲନରୁ ଅଧିକ କ୍ରାୟୋଜୋନିକ ଇନ୍ଧନ । ଓରିଅନ ଚନ୍ଦ୍ରର ଚାରିପାଖରେ ଘୁରି ଅନୁଧ୍ୟାନ କରିବ । ୨୦୨୪ରେ ଆର୍ଟିମସ ମିସନ-୨ ଓ ୨୦୨୫ରେ ହେବ ନାସାର ଆର୍ଟିମସ ମିସନ-୩ । ୫୦ ବର୍ଷ ପରେ ଆର୍ଟିମସ୍‌ ମିଶନ ଜରିଆରେ ଜହ୍ନକୁ ଫେରୁଛିି ନାସା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.