ପୃଥିବୀବାସୀଙ୍କ ପାଇଁ ଲୋହିତ ଗ୍ରହରୁ ଖୁସି ଖବର

ମଙ୍ଗଳ ଗ୍ରହରୁ ଆସିଛି ଖୁସି ଖବର । ନୂଆ ଖବର ଦେଇଛି ନାସାର ଇନସାଇଟ୍ ସ୍ପେସକ୍ରାଫ୍ଟ । ମଙ୍ଗଳରୁ ପ୍ରଥମ ଥର ଶୁଣିବାକୁ ମିଳିଛି ପବନର କମ୍ପନ । ଯାହାକୁ ରେକର୍ଡ କରିଛି ଇନସାଇଟ୍ । ଯେତେବେଳେ ଇନସାଇଟ୍ ସୋଲାର୍ ପ୍ୟାନେଲ୍ରେ ଓହ୍ଲାଇଥିଲା ସେତେବେଳେ ଦୁଇଟି ସେନ୍ସର କମ୍ପନକୁ ରେକର୍ଡ କରିଥିଲା ।

୨୬-୧୧-୨୦୧୮ । ମଙ୍ଗଳ ଗ୍ରହ ପୃଷ୍ଠକୁ ଛୁଇଁଥିଲା ନାସାର ଇନ୍ସାଇଟ୍ ସ୍ପେସକ୍ରାଫ୍ଟ । ସପ୍ତାହେ ପରେ ଲୋହିତ ଗ୍ରହରୁ ଆସିଛି ଖୁସି ଖବର । ଏହି ସମ୍ବାଦ ପୃଥିବୀ ପୃଷ୍ଠରେ ରହୁଥିବା ଲୋକଙ୍କ ପାଇଁ ନୂଆ ସମ୍ଭାବନା ଆଣିଛି । ଇନସାଇଟ୍ ଲ୍ୟାଣ୍ଡର୍ ରେକର୍ଡ କରିଛି ମଙ୍ଗଳ ଗ୍ରହରେ ପବନର କମ୍ପନ । ସୁଁ ସୁଁ ଶବ୍ଦ ଶୁଣିବାକୁ ମିଳିଛି । ଇନସାଇଟ୍ ଲ୍ୟାଣ୍ଡର ଦେଇଥିବା ତଥ୍ୟରୁ ଜଣା ପଡ଼ିଛି ଯେ, ମଙ୍ଗଳ ଗ୍ରହରେ ଘଣ୍ଟାପ୍ରତି ୧୦-୧୫ ମାଇଲ୍ ବେଗରେ ପବନ ବହୁଛି । ଅର୍ଥାତ୍ ପ୍ରତି ସେକେଣ୍ଡରେ ପବନର ବେଗ ରହିଛି ୫-୭ ମିଟର । ଯେତେବେଳେ ଇନସାଇଟ୍ ଲ୍ୟାଣ୍ଡର ସୋଲାର୍ ପ୍ୟାନେଲ୍ରେ ପହଞ୍ଚିଥିଲା, ସେତେବେଳେ ପବନର ଶବ୍ଦକୁ ରେକର୍ଡ କରିଥିଲା ।

ଇନସାଇଟ ସ୍ପେସକ୍ରାଫ୍ଚ ମଙ୍ଗଳ ଗ୍ରହରେ ଅବତରଣ କରିବାର ପ୍ରଥମ ୧୫ ମିନିଟର ଏହି ଡାଟା ନାସାର ହସ୍ତଗତ ହୋଇଛି । ମଙ୍ଗଳରେ ଏହି କମ୍ପନକୁ ରେକର୍ଡ କରିଥିଲା ଇନସାଇଟ୍ର ଦୁଇଟି ସେନସର୍ । ପ୍ରଥମ ଥର ମଙ୍ଗଳରେ ପବନର ଶବ୍ଦ ଶୁଣିବା ପରେ ଖୁସି ହୋଇ ଯାଇଥିଲେ ନାସା ବୈଜ୍ଞାନିକ । ଛଅ ମାସର ଯାତ୍ରା ପରେ ଗତ ୨୭ ତାରିଖରେ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରିଥିଲା ନାସାର ମାର୍ସ ଇନସାଟ୍ ଲ୍ୟାଣ୍ଡର ।

ଲୋହିତ ଗ୍ରହ ମଙ୍ଗଳର ଇତିହାସ ଓ ବିବର୍ତ୍ତନ ଉପରେ ତଥ୍ୟ ସଂଗ୍ରହ କରିବ ଏହି ଇନସାଇଟ୍ । ନାସାର କାଲିଫର୍ଣ୍ଣିଆ ଓ ଡେନେଭର ସ୍ଥିତ ଲାବୋରେଟୋରୀରୁ ଇଂଜିନିୟର ଓ ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଛନ୍ତି । ଇନସାଇଟ ଲ୍ୟାଣ୍ଡରକୁ ୨୦୧୮ ମେ ୫ତାରିଖରେ ଉତ୍କ୍ଷେପଣ କରାଯାଇଥିଲା ।

You might also like