ସତ ହେଲା କି ନଷ୍ଟ୍ରାଡମସଙ୍କ ଭବିଷ୍ୟତବାଣୀ ? ପୋପଙ୍କ ପରଲୋକଙ୍କୁ ନେଇ ଚାଲିଛି ଚର୍ଚ୍ଚା

ଗତକାଲି ୮୮ ବର୍ଷ ବୟସରେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସବୁଠାରୁ ବଡ଼ ଧର୍ମଗୁରୁ ଭାଟିକାନ ସିଟି ପୋପଙ୍କ ନିଧନ ହୋଇଥିଲା । ପୋପ୍ ଫ୍ରାନସିସଙ୍କ ବିୟୋଗରେ ସାରା ବିଶ୍ବରେ ଶୋକ ପାଳନ କରାଯାଉଛି । ତେବେ ଏହାରି ଭିତରେ ଏବେ ଭବିଷ୍ୟ ବକ୍ତା ନଷ୍ଟ୍ରାଡମସଙ୍କ କଥା ଖୁବ୍ ଚର୍ଚ୍ଚାକୁ ଆସିଛି । ନଷ୍ଟ୍ରାଡମସ କହିଥିଲେ କି ୨୦୨୫ରେ ପୋପଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହେବ । ତାହା ପୁଣି ଇଷ୍ଟର ସମୟରେ । ଆହୁରି ମଧ୍ୟ ପରବର୍ତ୍ତୀ ପୋପ୍ ଭାବେ ରୋମର ଜଣେ ବ୍ୟକ୍ତି ଦାୟିତ୍ବ ନେବେ । ସେ ଅନେକ ବର୍ଷ ପର୍ଯ୍ୟନ୍ତ ପୋପ୍ ରହିବେ ।
ହେଲେ ଏହି ନୂଆ ପୋପ୍ କିଛି ଭୁଲ ନିଷ୍ପତ୍ତି ନେବେ । ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବ । …ଏବେ ଦେଖିବାର କଥା କି ପୋପଙ୍କ କ୍ଷେତ୍ରରେ ନଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ କେତେ ସତ ହେଉଛି । ଅବଶ୍ୟ ଅତୀତରେ ତାଙ୍କର ଭବିଷ୍ୟବାଣୀ ଅନୁସାରେ ବିଶ୍ବଯୁଦ୍ଧ, ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ଭଳି ଅନେକ ଘଟଣା ସତ ହୋଇଛି ।