ଆସନ୍ତାକାଲି ଠାରୁ ଶତ ପ୍ରତିଶତ ଖୋଲିବ ରାଜଧାନୀ, ସକାଳ ୧୦ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ ହେବ କାରବାର

 ନୂଆଦିଲ୍ଲୀ(କେ ନ୍ୟୁଜ):  ଦିଲ୍ଲୀରେ ଆସନ୍ତାକାଲି ଠାରୁ ଶତ ପ୍ରତିଶତ ଦୋକାନ ଖୋଲିବ । ସବୁ ଦୋକାନ ବଜାର, ସପିଂ ମଲରେ ସକାଳ ୧୦ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ କାରବାର ହେବ। ସବୁ ରେଷ୍ଟୁରାଣ୍ଟ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ପ୍ରଥମ ସପ୍ତାହ ଟ୍ରାଏଲ ଭିତ୍ତିକ ରହିବ । କରୋନା ସଂକ୍ରମଣ ବୃଦ୍ଧି ପାଇଲେ ପୁଣି କଡ଼ାକଡ଼ି କଟକଣା ହେବ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶତ ପ୍ରତିଶତ ଅଫିସର ଓ ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ଘରୋଇ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ ହେବ। ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ଅଫିସ ଖୋଲିବ। ତେବେ ୱାର୍କଫ୍ରମ ହୋମକୁ ଅଗ୍ରାଧିକାର ଦିଆଯିବ। ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ଦିଆଯାଇଛି।

ତେବେ ସ୍କୁଲ କଲେଜ ଓ କୋଚିଂ ସେଣ୍ଟର ପୂର୍ବଭଳି ବନ୍ଦ ରହିବ। ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ଜିମ୍‌, ପବ୍ଲିକ ପାର୍କ, ଯୋଗ ସେଣ୍ଟର ଆଦି ବନ୍ଦ ରହିବ। ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବାକୁ ଧୀରେ ଧୀରେ କଟକଣା କୋହଳ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଅନଲକ୍‌ ୩ରେ ଅନେକ କଟକଣାକୁ କୋହଳ କରାଯାଇଛି। କରୋନା ସଂକ୍ରମଣ କମିବା ପରେ ଜୁନ ୭ରୁ ଯୁଗ୍ମ-ଅଯୁଗ୍ମ ନିୟମରେ ଦୋକାନ ବଜାର ଖୋଲିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.