ଉପନିର୍ବାଚନ: ୩ ଲୋକସଭା ଓ ୨୯ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆଜି, ନେତାଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ : ୩ ଲୋକସଭା ଓ ୨୯ ବିଧାନସଭା ଆସନରେ ଆଜି ଭୋଟ ଗଣତି। ଦେଶର ଏକାଧିକ ରାଜ୍ୟରେ ଉପନିର୍ବାଚନ ହୋଇଛି। ଉପନିର୍ବାଚନ ପାଇଁ ଆଜି ମତଗଣନା ହେଉଛି। ସନ୍ଧ୍ୟା ପୂର୍ବରୁ ଏହାର ଫଳାଫଳ ମଧ୍ୟ ଆସିଯିବାର ଆଶଙ୍କା ରହୁଛି। ତେବେ ଉପନିର୍ବାଚନରେ ଅଧିକାଂଶ ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି। କିଛି ଆସନରେ ଆଂଚଳିକ ଦଳର ପ୍ରଭାବ ମଧ୍ୟ ରହିବ। ଲୋକସଭା ଆସନ କଥା ଯଦି କହିବା, ଆଜି ଦାଦର ନଗର ହାବେଳୀ, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖଣ୍ଡବା ଆସନ ପାଇଁ ମତଦାନ ହୋଇଛି।

ସେହପିର ବିଧାନସଭା ଆସନ ପାଇଁ ଆସାମର ୫ଟି, ପଶ୍ଚିମବଙ୍ଗର ୪ଟି, ମଧ୍ୟପ୍ରଦେଶ, ମେଘାଳୟ ଓ ହିମାଚଳ ପ୍ରଦେଶରେ ୩-୩, ରାଜସ୍ଥାନ, ବିହାର ଓ କର୍ଣ୍ଣାଟକରେ ୨ଟି ଲେଖାଏଁ, ଆନ୍ଧ୍ରପ‌୍ରଦେଶ, ହରିୟାଣା, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ଆସନରେ ମତଦାନ ହେଉଛି।

ଉପନିର୍ବାଚନରେ ଏକାଧିକ ରାଜ୍ୟରେ ମତଦାନ ହେଉଛି। କିନ୍ତୁ ସର୍ବାଧିକ ଚର୍ଚ୍ଚାରେ ରହିବ ମଧ୍ୟପ୍ରଦେଶ। ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି। ଉପନିର୍ବାଚନ ପାଇଁ ମୁଖ୍ୟ ଶିବରାଜ ସିଂହ ଚୌହାନ ଅନେକ ରାଲି କରିଥିଲେ। କଂଗ୍ରେସ ମଧ୍ୟ ଏହାକୁ ମୁକାବିଲା କରିବା ଲାଗି ଜୋରଦାର ପ୍ରଚାର କରିଥିଲା।

Leave A Reply

Your email address will not be published.