ଆପଣ ଜନପଥ ମାର୍ଗରେ ପରେଡ ଦେଖିବାକୁ ଇଛୁକ କି, ଏହି ସବୁ ସ୍ଥାନରେ ମିଳିବ ଟିକେଟ

ଏବର୍ଷ ଭାରତ ଜାନୁଆରୀ ୨୬ ତାରିଖରେ ୭୧ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଦେଶ ସାରା ଖୁବ ଉତ୍ସାହର ସହ ପାଳନ ହେବ ବୋଲି ଜଣାଯାଇଛି । ଦେଶ ସ୍ୱାଧୀନ ର ୨.୫ ବର୍ଷ ପରେ ୧୯୫୦ ମସିହା ଏହି ଦିନ ଦେଶର ସମ୍ବିଧାନ ଲାଗୁ ହୋଇଥିଲା । ଡଃ ଭୀମରାଓ ଆମ୍ବେଦକର ଅଧ୍ୟକତାରେ ଗଠିତ ଡ୍ରାଫଟିଂ କମିଟି ଦ୍ୱାରା ହିଁ ଭାରତୀୟ ସମ୍ବିଧାନକୁ ତାର ପ୍ରକୃତ ରୂପ ମିଳିପାରିଥିଲା । ପରେ ସମଗ୍ର ବିଶ୍ୱରେ ଭାରତ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇପାରିଥିଲା । ଏହି ଦିନର ସ୍ମୃତିକୁ ସବୁଦିନ ପାଇଁ ତାଜା ରଖିବା ପାଇଁ ହିଁ ପ୍ରତିବର୍ଷ ଜାନୁଆରୀ ମାସ ୨୬ ତାରିଖକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଇଥାଏ ।

republic day

ଦେଶ ରାଜଧାନୀ ଦିଲ୍ଲୀରେ ଏକ ବିଶାଳ ପରେଡର ଆୟୋଜନ ମଧ୍ୟ କରାଯାଏ । ଯେଉଁଥିରେ ତ୍ରିରଙ୍ଗା ଉତ୍ତଳନ କରନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ମହୋଦୟ । ଏହି ଉତ୍ସବକୁ ଦେଖିବା ପାଇଁ ଅନେକ ସଂଖ୍ୟାରେ ଲୋକ ଏକାଠି ହୋଇଥାନ୍ତି । ସବୁ ବର୍ଷ ପରି ଚଳିତ ବର୍ଷର ମଧ୍ୟ ପରେଡ ଆୟୋଜନ ଅନ୍ତିମ ସ୍ତରରେ ପହଞ୍ଚି ସାରିଛି । ଉତ୍ସବର ଟିକେଟ ମିଳିବ ପାଇଁ କେତେକ ମୁଖ୍ୟ ସ୍ଥାନ ଗୁଡିକରେ ଆଉଟଲେଟସ ମଧ୍ୟ ଖୋଲାଯାଇଛି ।

ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନରେ ଖୋଲିଛି ଆଉଟଲେଟସ :

ରାଜଧାନୀ ଦିଲ୍ଲୀର ୮ ଟି ସ୍ଥାନର ଆଉଟଲେଟ୍ସରେ କେତେକ ଜରୁରୀ ଦସ୍ତାବିଜ ଦେଇ ଟିକଟ ହାସିଲ କରାଯାଇପାରିବ

– ନର୍ଥ ବ୍ଲକ ରାଉଣ୍ଡଅବାଊଟ

– ସେନା ଭବନ ( ଗେଟ ନମ୍ବର ୨ )

– ପ୍ରଗତି ମୈଦାନ

– ଜନ୍ତର ମନ୍ତର

– ଶାସ୍ତ୍ରୀ ଭବନ

– ଯାମ ନଗର ହାଉସ

– ଲାଲ କିଲ୍ଲା

republic day

ଏହା ବାଦ ସଂସଦର ସଦସ୍ୟଙ୍କ ପାଇଁ ସଂସଦର ରିସେପ୍ସନ ଅଫିସରେ ବି ଏକ ସ୍ୱତନ୍ତ୍ର ଆଉଟଲେଟର ବ୍ୟବସ୍ଥା କରାଯାଇଛି । ଯେଉଁଠି ସଦସ୍ୟଙ୍କୁ ସହଜରେ ଟିକଟ ମିଳିଯାଇପାରିବ ।

ଏହି ଜରୁରୀ କାଗଜ ପତ୍ରର ଆବଶ୍ୟକତା:

ଟିକଟ ଆଣିବା ପାଇଁ ଯିବା ପୂର୍ବରୁ ନିଜ ପାଖରେ ଆଧାର କାର୍ଡ, ଭୋଟର ଆଇଡି କାର୍ଡ ଅଥବା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୌଣସି ପରିଚୟ ପତ୍ର ରଖିବା ନିହାତି ଜରୁରୀ ।

republic day

କେଉଁ ସମୟରେ ମିଳିବ ଟିକଟ;

ପ୍ରତିଦିନ ସକାଳ ୧୦ ଟାରୁ ୧୨.୩୦ ପର୍ଯ୍ୟନ୍ତ ଓ ଦ୍ବିପହର ୨ ଟା ଠାରୁ ୪.୩୦ ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ । ଯେତେବେଳେ କି ଜନତାଙ୍କ ସୁବିଧା ପାଇଁ ସେନା ଭବନର ଟିକଟ କାଉଣ୍ଟର ଜାନୁଆରୀ ୨୩ ରୁ ୨୫ ପର୍ଯ୍ୟନ୍ତ ସନ୍ଧ୍ୟା ୭ ଟା ଯାଏଁ ଖୋଲା ରହିବ ବୋଲି ଜଣା ଯାଇଛି ।

କଣ ରହିଛି ଟିକଟ ମୂଲ୍ୟ;

ରିଜର୍ଭ ସିଟ ପାଇଁ ଟିକଟ ଦର ୫୦୦ ଟଙ୍କା ରହିଥିବା ବେଳେ ଅନରୀଜର୍ଭ ସିଟ ପାଇଁ ଏହି ଦର ୧୨୦ ଟଙ୍କା ରଖାଯାଇଥିବା ଜଣାଯାଇଛି ।
ଗଣତନ୍ତ୍ର ଦିବସର ଅନ୍ୟ ଏକ ବିଶେଷ ଉତ୍ସବ ବିଟିଙ୍ଗ ରୀଟ୍ରିଟ ବା ଫୁଲ ଡ୍ରେସ ରିହରସଲକୁ ଉପଭୋଗ କରିବା ପାଇଁ ମଧ୍ୟ ଟିକେଟ କ୍ରୟ କରାଯାଇପାରିବ । ଗଣତନ୍ତ୍ର ଦିବସର ୩ ଦିନ ପରେ ଆୟୋଜନ ହେଉଥିବା ଏହି ଉତ୍ସବ ପାଇଁ ଜାନୁଆରୀ ୨୮ ପର୍ଯ୍ୟନ୍ତ ଟିକଟ ବିକ୍ରି କରାଯିବ । ଏହି ଟିକଟର ଦର ୨୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.