ନାଟୋ-ଋଷ୍‌ ସେନା ମୁହାଁମୁହିଁ; ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଜବାବ ଦେବୁ: ଆମେରିକା

କେନ୍ଯୁଜ୍: ନାଟୋ-ଋଷ୍‌ ସେନା ମୁହାଁମୁହିଁ। ଋଷକୁ ଧମକ ଦେଇଛି ଆମେରିକା। ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଜବାବ ଦେବୁ। ପୂର୍ବ ୟୁରୋପରେ କ୍ଷୁଦ୍ର ଦେଶ ୟୁକ୍ରେନ୍‌ ଏବେ ରଣ କ୍ଷେତ୍ର ପାଲଟିବାରେ ଲାଗିଛି। ଦେଶର ସୀମା ନିକଟରେ ଋଷ ଏକ ଲକ୍ଷରୁ ଉର୍ଦ୍ଧ୍ୱ ସୈନ୍ୟ ଠୁଳ କରିଛି। ଜବାବରେ ଆମେରିକା ନେତୃତ୍ୱାଧୀନ ନାଟୋ (ଉତ୍ତର ଆଟଲାଣ୍ଟିକ୍‌ ଚୁକ୍ତି ସଙ୍ଗଠନ) ସୈନ୍ୟ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି, ଋଷର ସେନା ଯଦି କୌଣସି ଆକ୍ରାତ୍ମକ ଢଙ୍ଗରେ ୟୁକ୍ରେନ୍‌ ସୀମା ମଧ୍ୟରେ ପ୍ରବେଶ କରେ, ଆମେରିକା ତାହାର ଦୃଢ଼ ଯବାବ ଦେବ । ୟୁରୋପ ଏବଂ ଅନ୍ୟ ସହଯୋଗୀ ଦେଶ ଗୁଡିକ ମଧ୍ୟ ଋଷ ଉପରେ ସାଂଘାତିକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ବ୍ଲିଙ୍କେନ୍‌ ।

Leave A Reply

Your email address will not be published.