ସତ୍ତାରୁ ଦୂର ତପସ୍ୟାରେ ଲୀନ ସିଦ୍ଧୁ, ଜାଣନ୍ତୁ ମାତା ବୈଷ୍ଣୋ ଦେବୀରେ କଣ କରୁଛନ୍ତି ସେ

କୁଆଡେ ଗଲେ ସିଦ୍ଧୁ ? ପ୍ରଥମେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ସହ ସମ୍ପର୍କରେ ଫାଟ । ପରେ ଅନ୍ୟ ଏକ ବିଭାଗକୁ ହେଲା ପରିବର୍ତ୍ତନ । ଏହା ପରେ ରାଜ୍ୟରୁ ଗାୟବ ହୋଇଯାଇଛନ୍ତି କ୍ୟାବିନେଟ୍ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ । ଶୁଣିବାକୁ ମିଳିଛି ଗତ ଏକ ସପ୍ତାହ ହେବ ବୈଷ୍ଣୋ ଦେବୀଙ୍କ ଭବନରେ ତପସ୍ୟାରେ ଲୀନ ଅଛନ୍ତି ସିଦ୍ଧୁ । ବର୍ତ୍ତମାନ ସେ ମାତା ବୈଷ୍ଣୋ ଦେବୀଙ୍କ କରୁଛନ୍ତି ପୂଜା ଆରଧନା । ଆଉ ଏହି ସମୟରେ କାହାକୁ ସେ ଦେଖା କରୁନାହାଁନ୍ତି । ଏପରିକି ନିଜର ଫଟୋ ମଧ୍ୟ ନେବା ପାଇଁ ମନା କରିଛନ୍ତି ।

୩ ଜୁଲାଇରେ ସେ ବୈଷ୍ଣୋ ଦେବୀଙ୍କ ଭବନରେ ପହଂଚିଥିଲେ । ସେଠାରେ ସେ ପୁରା ଦିନ ମାତାଙ୍କ ଭକ୍ତିରେ ଲୀନ ରହୁଛନ୍ତି । ପ୍ରତିଦିନ ସକାଳୁ ଉଠି ମା’ଙ୍କ ଦରବାରରେ ହେଉଥିବା ଶୃଙ୍ଗାର ଆରତୀରେ ଭାଗ ନେଉଛନ୍ତି । ଆଉ ଆରତୀ ଶେଷ ହେବା ପରେ କାହାକୁ କିଛି ନକହି ସିଧା ସଳଖ ଭବନରେ ଥିବା ନିଜ କକ୍ଷକୁ ଚାଲିଯାଉଛନ୍ତି । ଆଉ ସାରା ଦିନ ମା’ଙ୍କ ଭକ୍ତିରେ ଲୀନ ରହୁଛନ୍ତି । ଏହା ପରେ ପୁଣି ମା’ଙ୍କ ସଂଧ୍ୟା ଆଳତୀରେ ନେଉଛନ୍ତି ଭାଗ ।

ଏହା ସହ ପଢନ୍ତୁ ଏ କଣ କଲେ ସିଦ୍ଧୁ ? ପାକିସ୍ତାନ ପତାକାକୁ ପଗଡି କରି ପିନ୍ଧିଲେ ମୁଣ୍ଡରେ . . .

ବର୍ତ୍ତମାନ ଗୁପ୍ତ ନବରାତ୍ରୀ ମଧ୍ୟ ଚାଲୁଛି । ମାନ୍ୟତା ରହିଛି ଏହାକୁ ପାଳନ କରୁଥିବା ଭକ୍ତଙ୍କ ସମସ୍ତ ମନସ୍କାମନା ପୁରା କରିଥାନ୍ତି ମା’ । ତେବେ ମାତାଙ୍କ ଭକ୍ତିରେ ଲୀନ ହେବା ଏହା ତାଙ୍କର ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ମା’ଙ୍କ ଭବନକୁ ଆସିଛନ୍ତି । ହେଲେ ଏତେ ଲମ୍ବା ସମୟ ପର‌୍ୟ୍ୟନ୍ତ ରହି ପୂଜା ଆରାଧନା କରିବା ଏହା ପ୍ରଥମ ଥର ।

ସୂଚନାଯୋଗ୍ୟ, କିଛି ଦିନ ତଳେ ନିଜ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରିଥିଲେ ଅମରିନ୍ଦର ସିଂହ । ଆଉ ଏହି ସମୟରେ ସେ ସିଦ୍ଧୁଙ୍କୁ ନଗର ଉନ୍ନୟନ ମନ୍ତ୍ରୀ ବିଭାଗରୁ ହଟାଇ ଦିଆଯାଇଥିଲା ବିଜୁଳି ବିଭାଗ । ହେଲେ ସେ ଏଯାଏ କାର‌୍ୟ୍ୟଭାର ସମ୍ଭାଳି ନାହାଁନ୍ତି ।

KNews Bureau

Recent Posts

ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ମିଳିଲା ପୁରାତନ ମନ୍ଦିର, ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା କୋମନା ଦେଉଳବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ଏକ ପୁରାତନ ମନ୍ଦିର ଠାବ ହୋଇଛି…

5 seconds ago

ସୁଆଣ୍ଡୋରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଖୁବ୍ ଶୀଘ୍ର ପୂରଣ ହେବ ସଂକଳ୍ପ ପତ୍ରର ପ୍ରତିଶ୍ରୁତି

ପୁରୀ (କେନ୍ୟୁଜ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

9 mins ago

ଡୋଡା ଆଟାକ୍‌: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍‌ ଜାରି…

14 mins ago

ମୋହନ ସରକାର ଆସିବା ପରେ ଏବେ ଚର୍ଚ୍ଚାରେ କିଏ ହେବେ ନୂଆ DGP

ଭୁବନେଶ୍ୱର (କେନ୍ୟୁଜ): ମୋହନ ସରକାର ଆସିବା ପରେ ଚର୍ଚ୍ଚା ଏବେ କିଏ ହେବେ ଡିଜିପି । ଏବେ ଅରୁଣ ଷଡଙ୍ଗୀ…

52 mins ago

ପୁଣି ଦେଖା ଗଲାଣି ଅଜଣା ରୋଗର ଆତଙ୍କ, ଚିନ୍ତାରେ ଗାଁ ଲୋକେ

ରାୟଗଡା(କେନ୍ୟୁଜ): ଗାଁ ସାରା ବ୍ୟାପିଯାଇଛି ଅଜଣା ରୋଗ । କେହି କିଛି ବୁଝିବା ପୂର୍ବରୁ ଶୂନ୍ୟ ହୋଇ ଯାଉଛି ମା’ର…

53 mins ago

ଆଜିଠୁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାର୍ଷିକ ଜି-୭ ଶିଖର ସମ୍ମିଳନୀରେ ନେବେ ଭାଗ

ଆଜିଠୁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାର୍ଷିକ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଆଜି…

1 hour ago