ପ୍ରଥମ ଥର ସମୁଦ୍ର ମଧ୍ୟରେ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ରେ ହେବ ନୌସେନା କମାଣ୍ଡର ସମ୍ମିଳନୀ! ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରଥମ ଥର ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଅନୁଷ୍ଠିତ ହେବ ନୌସେନାର କମାଣ୍ଡର ସମ୍ମିଳନୀ। ମାର୍ଚ୍ଚ ୬ରୁ ସମୁଦ୍ର ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ସମ୍ମିଳନୀ ୫ ଦିନ ଧରି ଚାଲିବ।

ନୌସେନାର କମାଣ୍ଡର ସମ୍ମିଳନୀ ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଯାଉଛି। କମାଣ୍ଡରମାନଙ୍କର ଏହି ବୈଠକ ପ୍ରଥମ ଥର ପାଇଁ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଅନୁଷ୍ଠିତ ହେବ। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି କନ୍‌ଫରେନ୍ସର ପ୍ରଥମ ଦିନରେ ନୌସେନାର ଟପ୍‌ କମାଣ୍ଡରମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ବୋଧିତ କରିବେ।

ବୈଠକରେ ସୁରକ୍ଷା ସହ ଜଡ଼ିତ ସୈନ୍ୟ ଏବଂ ରଣନୀତି ସ୍ତର ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଏହା ବ୍ୟତୀତ ଗତ ୬ ମାସ ମଧ୍ୟରେ କରାଯାଇଥିବା ନୌସେନାର ଅପରେସନ୍, ଲଜିଷ୍ଟିକ୍ସ, ଟ୍ରେନିଂ, ମାନବ ସମ୍ବଳ ଏବଂ ଭବିଷ୍ୟତ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯିବ। ସୂଚନା ଅନୁସାରେ, ଏହି ସମୟରେ ଭାରତ ମହାସାଗରରେ ଚୀନ୍ର ବୃଦ୍ଧି ପାଉଥିବା ଗତିବିଧି ଉପରେ ବି କମାଣ୍ଡରମାନେ ଆଲୋଚନା କରିବେ।

ତେବେ ନୌସେନା କମାଣ୍ଡରମାନଙ୍କର ଏହି ସମ୍ମିଳନୀ ପ୍ରଥମ ଥର ସମୁଦ୍ର ମଧ୍ୟରେ ହେବାକୁ ଯାଉଛି। ଏହାପୂର୍ବରୁ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏନଏସ୍‌ ବିକ୍ରମାଦିତ୍ୟରେ ମିଳିତ କମାଣ୍ଡର ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଆଇଏନ୍‌ଏସ୍‌ ବିକ୍ରାନ୍ତ ନୌସେନାରେ ସାମିଲ ହେବାରେ ୬ ମାସ ବିତିସାରିଛି। ବର୍ତ୍ତମାନ ଏହା ଉପରେ ମୁତୟନ ହେବାକୁ ଥିବା ଯୁଦ୍ଧ ବିମାନର ପରୀକ୍ଷା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.