ପରମାଣୁ ଶକ୍ତି ଚାଳିତ ଏବଂ ପାରମ୍ପରିକ ବୁଡ଼ାଜାହାଜ ସହ ଆଗକୁ ବଢ଼ିବ ନୌସେନା, ୬ ନ୍ୟୁକ୍ଲିୟର ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରସ୍ତାବ

ଭାରତୀୟ ନୌସେନା ପରମାଣୁ ଶକ୍ତି ଚାଳିତ ଏବଂ ଡିଜେଲ-ଇଲେକ୍ଟ୍ରିକ୍‌ ଶକ୍ତିରେ ଚାଲୁଥିବା ପାରମ୍ପରିକ ବୁଡ଼ାଜାହାଜର ବ୍ୟବହାର ଜାରି ରଖିବ। ରୁଷ ଏବଂ ଚୀନ୍ ନୌସେନା ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି। ଭାରତୀୟ ନୌସେନା ୨୪ଟି ନୂଆ ବୁଡ଼ାଜାହାଜର ଆବଶ୍ୟକତା ଲୋଡ଼ିଛି। ସେଥିମଧ୍ୟରୁ ୬ଟି କଲଭାରୀ ଶ୍ରେଣୀର ବୁଡ଼ାଜାହାଜ ନିର୍ମାଣ ଚାଲିଥିବା ବେଳେ ୬ଟି ପରମାଣୁ ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବ୍ୟାପାର କ୍ୟାବିନେଟ କମିଟି ପାଖରେ ବିଚାରାଧୀନ ରହିଛି।

ଭାରତୀୟ ନୌସେନା ପାଖରେ ବର୍ତ୍ତମାନ ରୁଷର କିଲୋ ଶ୍ରେଣୀର ବୁଡ଼ାଜାହାଜ, ଜର୍ମାନୀ ନିର୍ମିତ HDW ଶ୍ରେଣୀର ବୁଡ଼ାଜାହାଜ ଏବଂ ସ୍ୱଦେଶୀ ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ାଜାହାଜ INS ଅରିହନ୍ତ ରହିଛି। ଏହା ବ୍ୟତୀତ ଭାରତ ଗତ ୩୦ ବର୍ଷ ଧରି ରୁଷଠାରୁ ପରମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ ଲିଜ୍ ଆକାରରେ ନେଉଛି। ଏମିତିରେ ଆଉ ଏକ ବୁଡ଼ାଜାହାଜକୁ ଲିଜ୍‌ ଆକାରରେ ନେବା ପାଇଁ ରୁଷ ସହିତ କଥାବାର୍ତ୍ତା ଚାଲିଛି। ଅରିହନ୍ତ ଶ୍ରେଣୀର ଆଉ ପାଞ୍ଚଟି ପରମାଣୁ ବୁଡ଼ାଜାହାଜ ନିର୍ମାଣ କରିବାର ଯୋଜନା ରହିଛି।

ଏହି ବୁଡ଼ାଜାହାଜଗୁଡିକ ୨୪ ବୁଡ଼ାଜାହାଜ ନିର୍ମାଣ ପ୍ରସ୍ତାବ ଯୋଜନାଠାରୁ ଭିନ୍ନ ହେବ। ଆମେରିକା, ଫ୍ରାନ୍ସ, ବ୍ରିଟେନ ଏବଂ ଏବେ ଅଷ୍ଟ୍ରେଲିଆ ନିଜର ବୁଡ଼ାଜାହାଜକୁ ପରମାଣୁ ଶକ୍ତି ଚାଳିତ ବନାଇବା ଦିଗରେ ଅଗ୍ରସର ହେଉଛନ୍ତି। ପରମାଣୁ ଶକ୍ତି ଚାଳିତ ବୁଡ଼ାଜାହାଜ ଅନେକ ମାସ ପର୍ଯ୍ୟନ୍ତ ପାଣି ତଳେ ରହି କାମ କରିପାରିବ, ଯେତେବେଳେ କି, ଡିଜେଲ-ଇଲେକ୍ଟ୍ରିକ୍ ବୁଡ଼ାଜାହାଜକୁ ନିଜର ବ୍ୟାଟେରୀ ଚାର୍ଜ କରିବା ପାଇଁ ଜଳ ପୃଷ୍ଠକୁ ଆସିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.