ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ !

ନୂଆଦିଲ୍ଲୀ : ଲଣ୍ଡନରୁ ଫେରି ଲାହୋର ବିମାନ ବନ୍ଦରରେ ପହଞ୍ଚିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଗିରଫ କରାଯାଇଥିଲା। ନୱାଜଙ୍କ ସହ ତାଙ୍କ ଝିଅ ମରିୟମ ନୱାଜଙ୍କୁ ମଧ୍ୟ ଗିରଫ କରାଯାଇଛି। ପାକିସ୍ତାନରେ ପହଞ୍ଚିବା ପୂର୍ବରୁ ବହୁ ସଂଖ୍ୟାରେ ନୱାଜଙ୍କ ସମର୍ଥକ ଲାହୋରରେ ଏକାଠି ହୋଇଥିଲେ। ତାଙ୍କ ସହ ରହିଲେ ଦେଶର ଭାଗ୍ୟ ବଦଳାଇ ଦେବେ ବୋଲି ସେ ଆହ୍ଵାନ ଦେଇଥିଲେ। ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି ସେ କହିଛନ୍ତି।

ଗତ ସପ୍ତାହରେ ଏକ ଦୁର୍ନୀତି ମାମଲାରେ ନୱାଜ ସରିଫଙ୍କୁ ୧୦ ବର୍ଷ ଓ ଝିଅ ମରିୟମଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଲଣ୍ଡନରେ ଥିଲେ ନୱାଜ ଓ ମରିୟମ। ଗତକାଲି ଫରିବା ସମୟରେ ଲଣ୍ଡନରେ ଥିବା ତାଙ୍କ ପରିବାର ଭାବ ବିହ୍ଵଳ ହୋଇ ପଡିଥିଲେ। ଲଣ୍ଡନରୁ ଆବୁଧାବି ଦେଇ ଲାହୋର ଆସିଥିଲେ ନୱାଜ ସରିଫ। ପାକିସ୍ତାନବାସୀଙ୍କ ପାଇଁ ଫେରିଛନ୍ତି। ଭବିଷ୍ୟତ ପୀଢ଼ିଙ୍କ ଲାଗି ଏହା ବଳିଦାନ ବୋଲି କହିଛନ୍ତି ନୱାଜ ସରିଫ। ଲାହୋରେ ପ୍ରାୟ ୧୦ ହଜାର ସୁରକ୍ଷା କର୍ମୀ ମୁତୟନ କରାଯାଇଛି । ଆସନ୍ତା ୨୫ ତାରିଖରେ ପାକିସ୍ତାନରେ ରହିଛି ସାଧାରଣ ନିର୍ବାଚନ। ପୂର୍ବରୁ ନୱାଜ ସରିଫ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏବେ ମରିୟମ ନିର୍ବାଚନ ଲଢୁଥିଲେ। କିନ୍ତୁ ଜେଲଦଣ୍ଡ ପରେ ସେ ମଧ୍ୟ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ନିର୍ବାଚନ ସମୟରେ ନୱାଜ ସରିଫ ଗିରଫ ହେବା ରାଜନୈତିକ ବାତାବରଣକୁ ସରଗରମ କରିଛି।

Leave A Reply

Your email address will not be published.