ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ନୟାବ୍ ସିଂ ସାଇନି

ଅକ୍ଟୋବର ୧୫ରେ ପଞ୍ଚକୁଲାରେ ହରିୟଣାର ମୁଖ୍ୟମନ୍ତ୍ରୀ ନୟବ ସିଂ ସାଇନି ଶପଥ ନେବା ସମ୍ଭାବନା ରହିଛି । ଏ ସମ୍ପର୍କରେ ରାଜ୍ୟ ସରକାର ତାରିଖ ଓ ସମୟ ଉପରେ ଏକ ସରକାରୀ ଚିଠି କରିଛନ୍ତି । କିନ୍ତୁ ଶାଇନିଙ୍କ ଏକ ଘନିଷ୍ଠ ସହଯୋଗୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତିକୁ ନେଇ ଅପେକ୍ଷାରେ ଅଛନ୍ତି ବୋଲି ଏକ ଗଣ ମାଧ୍ୟମ ଆଗରେ ମତ୍ତ ପ୍ରକାଶ କରିଥିଲେ । ଅକ୍ଟୋବର ୧୫ରେ ସେ ମୁଖ୍ୟମନ୍ତ୍ରୀଙ୍କ ଭାବେ ଶପଥ ନେବା ନେଇ ଚର୍ଚ୍ଚା ହେଉଛି । ହରିୟଣା ସରକାର ୧୦ ଜଣଙ୍କୁ ନେଇ ଏକ କମିଟି ତିଆରି କରିଛନ୍ତି ।

ଶପଥ ଗ୍ରହଣ କରିବା ଉତ୍ସବରେ ସମସ୍ତ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି ।  ମୁଖ୍ୟ ସଚିବ ଟିଭି ଏସ ପ୍ରସାଦ କହିଛନ୍ତି ପଞ୍ଚ କୁଲାର ଅତିରିକ୍ତ ଡେପୁଟି କମିଶନର ଏହି କମିଟିର ସଦସ୍ୟ ହେବେ । ବିଧାନସଭା ନିର୍ବାଚନରେ ଶାଇନିଙ୍କୁ ସିଏମ୍ ମୁଖ୍ୟରୂପେ ପ୍ରୋଜେକ୍ଟ କରା ଯାଇଥିଲା ।  ଅକ୍ଟୋବର ୮ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ବହୁମତ ସହ ବିଜୟୀ ଘୋଷିତ ହୋଇଥିଲା । ଏହା ପରେ ବିଧାୟକଦଳ ବୈଠକରେ ନାୟବ ସିଂହ ସାଇନି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା । ତେଣୁ ସେ ମଧ୍ୟ ଏହି ନୂଆଁ ସରକାରରେ ନେତୃତ୍ୱ ନେବେ ।

ସାଇନାଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି କି ସାଇନିଙ୍କ ସହ କିଛି ମନ୍ତ୍ରୀ ଶପଥ ନେଇପାରନ୍ତି । ସେ ଆହୁରି କହିଛନ୍ତି କି ମୋଦୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଏବଂ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ମାନେ ଏହିକାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ସମାରୋହ ଗ୍ରାଣ୍ଡ ସୋ ଭଳି ହେବ । ବିଧାନସଭା ଆସନରେ ହରିୟାଣା ବିଜୟ ଲାଭ କରୁଥିବା ହେତୁ ଏଥିରେ ବହୁ ସଂଖ୍ୟକ କର୍ମୀ ଯୋଗ ଦେବେ ବୋଲି କହିଛନ୍ତି ବିଜେପି ନେତା ।ହରିୟାଣା ବିଧାନସଭା ରେ ୯୦ ସଦସ୍ୟ ଙ୍କ ଭିତରୁ ୪୮ ଟି ସିଟ ବିଜେପି ଜିତିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like