ଅଡ଼ୁଆରେ ଅଭିନେତା ଅରମାନ କୋହଲି,NCBର ୬ ଘଣ୍ଟା ଜେରା

କେନ୍ୟୁଜ୍(ବ୍ୟୁରୋ):  ଅଭିନେତା ଅରମାନ କୋହଲିଙ୍କୁ NCBର ୬ ଘଣ୍ଟା ଜେରା। NCB ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡେଙ୍କ ନେତୃତ୍ୱରେ ଅରମାନଙ୍କ ଜୁହୁ ସ୍ଥିତ ଘରେ ରେଡ୍‌ କରିଛି ଏନସିବି ଟିମ୍‌। ରେଡ୍‌ ସମୟରେ ଘରୁ ଡ୍ରଗସ୍ସ ମିଳିଛି । ଏହାପରେ ଅରମାନଙ୍କୁ ପଚରାଉଚରା କରିଥିଲା ଟିମ୍‌। ମାତ୍ର ସେ କୌଣସି ଉତ୍ତର ସଠିକ୍‌ ଭାବେ ଦେଇ ନଥିଲେ। ତେଣୁ ତାଙ୍କୁ ଅଫିସକୁ ନେଇ ୬ ଘଣ୍ଟା ଯାଏ ଜେରା କରିଛନ୍ତି ଏନସିବି ଟିମ୍‌ ।

arman kohli

ବିଗ ବସ୍‌-7ର ପ୍ରତିଯୋଗୀ ଥିଲେ ଅରମାନ। ସେହି ସମୟରେ ମଧ୍ୟ ସେ ବିବାଦକୁ ଆସିଥିଲେ। ପୂର୍ବରୁ ବେଆଇନ ମଦ ରଖିବା ଅଭିଯୋଗରେ ମଧ୍ୟ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ଏନସିବିର ସ୍ପେଶାଲ ଅପରେସନ ‘ରୋଲିଂ ଥଣ୍ଡର’ ଅନ୍ତର୍ଗତ ୨ ଦିନରେ ୭ଜଣଙ୍କୁ ଗିରଫ କରାଯାଇଛି। ଗତବର୍ଷ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରୀତଙ୍କ ପରି ବହୁ ଅଭିନେତ୍ରୀଙ୍କୁ ପଚରା ଉଚରା କରିଥିଲା ଏନସିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.