ବଢିବାରେ ଲାଗିଛି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ଅଡୁଆ, ଫୋନରେ ହୋଇଥିବା ଡ୍ରଗ୍ସ ଚାଟରୁ ଅନ୍ତର୍ଜାତୀୟ ଲିଙ୍କ୍‌ ଆଶଙ୍କା !

ମୁମ୍ବାଇ(କେନ୍ଯୁଜ୍): ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆନ୍‌ ଆର୍ଯ୍ୟନ୍‌ଙ୍କ ଅଡୁଆ ବଢିବାରେ ଲାଗିଛି । ମାମଲାରେ ନୂଆ ଖିଅ ପାଇଛି ଏନସିବି । ଆର୍ଯ୍ୟନ୍‌ ଫୋନରେ ହୋଇଥିବା ଡ୍ରଗ୍ସ ଚାଟରୁ ଅନ୍ତର୍ଜାତୀୟ ଲିଙ୍କ୍‌ ଆଶଙ୍କା କରୁଛି ଏନସିବି । ଏ ନେଇ ଏନସିବି ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡିଛି । ଆର୍ଯ୍ୟନ୍‌ଙ୍କ ମୋବାଇଲରୁ ମିଳିଥିବା ଡ୍ରଗ୍ସ ଚାର୍ଟରୁ ଅନ୍ତର୍ଜାତୀୟ ଲିଙ୍କ୍‌ ପାଇବା ଆଶଙ୍କା କରୁଛି ଏନସିବି । ତେବେ ଏହି ମୋବାଇଲ ଚାଟରେ ବୈଦେଶିକ ଲିଙ୍କ ଅଛି କି ନାହିଁ ତାର ଖୋଳତାଡ଼ ପାଇଁ ଏବେ ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡ଼ିଛି ଏନସିବି ।

ଗତ ୨ ତାରିଖରେ ମୁମ୍ବାଇ ସମୁଦ୍ର ମଧ୍ୟରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ସମୟରେ ଚଢଉ କରିଥିଲା ଏନସିବି । ଘଟଣାରେ ଆର୍ଯ୍ୟନ୍‌ଙ୍କ ସହ ୨୦ ଜଣ ଗିରଫ ହେଲେଣି । ତଦନ୍ତ ବେଳେ ଏନସିବିକୁ ଆର୍ଯ୍ୟନ୍‌ଙ୍କ ମୋବାଇଲରୁ ବହୁ ଚାଟ୍‌ ମିଳିଥିଲା । ଏଥିରେ ଡ୍ରଗ୍ସ ଚାଟ୍‌ ଥିବା ଏବଂ ବିଦେଶୀ ନାଗରିକଙ୍କ ଚାଟ୍‌ ଥିବା କଥା ମଧ୍ୟ ଏନସିବି ତଦନ୍ତରୁ ଜଣାପଡିଛି । ଏହାକୁ ନେଇ ଅଧିକ ତଦନ୍ତ କରିବାକୁ ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡ଼ିଛି ଏନସିବି । ଏହି ଘଟଣାରେ ଆର୍ଯ୍ୟନ୍‌ଙ୍କ ସହ ଚାଟରେ ସଂପୃକ୍ତ ବ୍ୟକ୍ତିଙ୍କ ସହିତ ଡ୍ରଗ୍ସ କାରବାର ନେଇ ପୂରା ଖୋଳତାଡ କରିବାକୁ ଚାହୁଁଛି ଏନସିବି । ଫଳରେ ଦେଶ ବାହାରେ ଏହି ଡ୍ରଗ୍ସ କାରବାର ଚେରର ଖୋଳତାଡ କରିପାରିବ ଏନସିବି ।

ଏପଟେ ଆର୍ଯ୍ୟନ୍‌ଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୦ ତାରିଖ ଯାଏଁ ଟଳିବା ପରେ ତାଙ୍କୁ ମୁମ୍ବାଇର ଆର୍ଥର ରୋଡ୍‌ ଜେଲକୁ ପଠାଇ ଦିଆଯାଇଛି । ଅନ୍ୟପଟେ ମାମଲାର ତଦନ୍ତ କରୁଥିବା ଏନସିବି ଅଧିକାରୀ ସମୀର ୱାନଖେଡେଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଇଛି । ତାଙ୍କ ଗତିବିଧି ଉପରେ ମୁମ୍ବାଇ ପୋଲିସର କିଛି କର୍ମଚାରୀ ନଜର ରଖୁଥିବା ନେଇ ସମୀର ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.