ଆର୍ଯ୍ୟନଙ୍କ ବିରୋଧରେ NCB କୁ ମିଳିଲାନି କୌଣସି ପ୍ରମାଣ, ତଦନ୍ତର ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆର୍ଯ୍ୟନ ଖାନଙ୍କ ବିରୋଧରେ ମିଳିଲାନି କୌଣସି ପ୍ରମାଣ। ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନଙ୍କ ବିରୋଧରେ NCBର SITକୁ କୌଣସି ପ୍ରମାଣ ମିଳିନାହିଁ । ଘଟଣାଦିନ ଆର୍ଯ୍ୟନ ଖାନ୍ ଡ୍ରଗ୍ସ ରଖିନଥିଲେ । ଏହାସହ ଆନ୍ତର୍ଜାତିକ ଡ୍ରଗ୍ସ କାରବାରରେ ତାଙ୍କର କୌଣସି ଲିଙ୍କ୍ ଥିବା ଜଣାପଡିନାହିଁ । ତାଙ୍କ ମୋବାଇଲ ଫୋନ କିମ୍ବା ଚାଟ୍ରୁ କୌଣସି ପ୍ରମାଣ ମିଳିନି। ମାତ୍ର ତଦନ୍ତର ଚୂଡାନ୍ତ ରିପୋର୍ଟ ଏଯାଏ ଆସିନି।
କ୍ରୁଜ୍ ରେଡ୍ ସମୟରେ କେତେକ ଅନିୟମିତତା ହୋଇଥିବା ଜଣାପଡିଛି। NCBର ନିୟମ ମୁତାବକ ରେଡ ସମୟର ଭିଡ଼ିଓ ରେକର୍ଡ କରାଯାଇନି। ତେବେ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ରଖିନଥିଲେ ମଧ୍ୟ ସେବନ କରିବାକୁ ନେଇ ତାଙ୍କ ଉପରେ ଚାର୍ଜ ଲାଗିପାରେ ବୋଲି କହିଛନ୍ତି NCB ଅଧିକାରୀ। ଗତବର୍ଷ ଆର୍ଯ୍ୟନ ମୁମ୍ବାଇ ଏନସିବି ଡ୍ରଗ୍ସ କ୍ରୁଜ ମାମଲାରେ ଗିରଫ ହୋଇଥିଲେ । ୨୮ ଦିନ ଜେଲରେ ରହିବା ପରେ ଜାମିନରେ ମୁକୁଳିଥିଲେ।
Highly premature to say that there’s no evidence against Aryan Khan. Probe still in progress; recorded multiple statements. Have not reached any conclusion yet: SIT chief & NCB DDG (operation) Sanjay Singh on reports of no evidence against Aryan Khan in Cordelia cruise ship drug pic.twitter.com/oCiixvLu5c
— ANI (@ANI) March 2, 2022
ଡ୍ରଗ୍ସ କେସ୍ ପରେ ଆର୍ଯ୍ୟନଙ୍କ ଜୀବନ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଯାଇଥିଲା। ସେ ଏହିସବୁ ଝାମେଲାରୁ ବାହାରକୁ ବାହାରିବା ପାଇଁଚେଷ୍ଟା କରୁଛନ୍ତି। ନିକଟରେ ତାଙ୍କୁ ଆଇପିଏଲ୍ ନିଲାମୀ ସମୟରେ ଭଉଣୀ ସୁହାନାଙ୍କ ସହିତ ଦେଖିବାକୁ ମିଳିଥିଲା।