ଦେଶ ବିଦେଶ

ଏନ୍‌ସିବି ଅଧିକାରୀଙ୍କ ପିଛା କରୁଛନ୍ତି ମୁମ୍ବାଇ ପୋଲିସର ଅଫିସର, ବରିଷ୍ଠ ଅଧିକାରୀଙ୍କୁ ଅଭିଯୋଗ କଲେ ଓ୍ଵାଙ୍ଖଡ଼େ

ମୁମ୍ବାଇର ବହୁ ବର୍ଚ୍ଚିତ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ଏନ୍‌ସିବିର ଅଧିକାରୀ ମୁମ୍ବାଇ ପୋଲିସ ବିରୋଧରେ ବରିଷ୍ଠ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ସୋମବାର ଦିନ ଏନ୍‌ସିବିର ଅଧିକାରୀ ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି ଯେ ପୋଲିସ ଅଧିକାରୀ ତାଙ୍କ ପିଛା କରୁଛନ୍ତି। ମୁମ୍ବାଇର ଏନ୍‌ସିବି ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡ଼େ ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀଙ୍କୁ କହିଛନ୍ତି, ଗତ କିଛି ଦିନ ହେଲା ମୁମ୍ବାଇ ପୋଲିସ ତାଙ୍କୁ ସବୁ ସ୍ଥାନରେ ପିଛା କରୁଛି।

ସୂଚନାଯୋଗ୍ୟ ଯେ ମୁମ୍ବାଇରେ ଏନ୍‌ସିବି ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ୨୦ ଜଣଙ୍କୁ ନିଶାଜାତୀୟ ଦ୍ରବ୍ୟ ମାମଲାରେ ଗିରଫ କରିଛି। ମୁମ୍ବାଇର ଏନ୍‌ସିବି ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡ଼େ ଡ୍ରଗ୍ସ ବିରୋଧରେ ଚାଲିଥିବା ଏହି ଅଭିଯାନକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ଅନ୍ୟପଟେ ଚଢ଼ଉ ଓ ମାଦକ ପଦାର୍ଥ ଜବତ କରିବା ଅଭିଯାନରେ ଯାଞ୍ଚ ଏଜେନ୍ସି ବିରୋଧରେ ଲଗାଯାଇଥିବା ଅଭିଯୋଗକୁ ନେଇ ମହାରାଷ୍ଟ୍ରରେ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ମଧ୍ୟ ତର୍କ ବିତର୍କ ଚାଲିଛି।

ତେବେ ଏହି ମାମଲାରେ ସମୀର ଓ୍ଵାଙ୍ଖଡ଼େ କହିଥିଲେ, ଏଜେନ୍ସି ନିଜ କାମ ଯେମିତି କରିବା କଥା କରୁଛି। ଆମେ କୌଣସି ରାଜନୈତିକ ଦଳ କିମ୍ବା ଧର୍ମ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହୁଁ। ଆମେ ନିଜ କାମକୁ ଅଫିସିଆଲି ଯେମିତି ହେବା କଥା ସେଭଳି କରୁଛୁ।

ଅନ୍ୟପଟେ ଏହି ଘଟଣା ଧୀରେ ଧୀରେ ରାଜନୈତିକ ରୂପ ନେବା ଆରମ୍ଭ କରିଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଗତ ବୁଧବାର ଦାବି କରିଥିଲେ ଯେ ଏହି ଚଢ଼ଉ ସମ୍ପୂର୍ଣ୍ଣ ନକଲି ଥିଲା ଓ ଏଥିରେ ବାହାରର ଲୋକ ସଂଶ୍ଲିଷ୍ଟ ଥିଲେ। ଶନିବାର ଦିନ ମାଲିକ ଅଭିଯୋଗ କରିଥିଲେ ଯେ ଏନ୍‌ସିବି ୧୧ ଜଣଙ୍କୁ ଅଟକ ରଖିଥିଲା। କିନ୍ତୁ ବିଜେପି ନେତା ମୋହିତ ଭାରତୀୟଙ୍କ ଜଣେ ନିକଟତର ଲୋକଙ୍କ ସମେତ ୩ ଜଣଙ୍କୁ ମାତ୍ର କିଛି ଘଣ୍ଟା ମଧ୍ୟରେ ହିଁ ଛାଡ଼ି ଦେଇଥିଲା।

ତେବେ ଏନେଇ ଏନ୍‌ସିବିର ଜଣେ ଅଧିକାରୀ ଶନିବାର କହିଥିଲେ ଯେ ମାଲିକ ଯେଉଁମାନଙ୍କୁ ବାହାର ଲୋକ ବୋଲି କହୁଛନ୍ତି ପ୍ରକୃତରେ ସେ ତଦନ୍ତରେ ସାମିଲ ଥିବା ସ୍ୱତନ୍ତ୍ର ପ୍ରତ୍ୟକ୍ଷଦର୍ଶୀ। ଉଭୟଙ୍କୁ ଚଢ଼ଉ ପୂର୍ବରୁ ଏନ୍‌ସିବି ଚିହ୍ନି ନଥିଲା। ଏଣୁ ସେମାନଙ୍କୁ ଏନ୍‌ସିବି ସହ ଯୋଡ଼ିବାର କୌଣସି ଅର୍ଥ ନାହିଁ ବୋଲି ଅଧିକାରୀ କହିଥିଲେ।

WCW 11

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

13 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

24 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

34 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago