ମୁମ୍ବାଇ ସେସନ୍ସ କୋର୍ଟରେ ଚାଲିଛି ଜୁନିଅର୍‌ କିଙ୍ଗ ଖାନ୍‌ଙ୍କ ବେଲ ପିଟିସନର ଶୁଣାଣି, ଏନସିବି କିନ୍ତୁ ଜାମିନକୁ ବିରୋଧ କରିଛି

କେନ୍ୟୁଜ୍(ବ୍ୟୁରୋ): ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିବ କି ନାହିଁ । ମୁମ୍ବାଇ ସେସନ୍ସ କୋର୍ଟ ଜୁନିଅର୍‌ କିଙ୍ଗ ଖାନ୍‌ଙ୍କ ବେଲ ପିଟିସନର ଶୁଣାଣି ଚାଲିଛି । ଆର୍ଯ୍ୟନଙ୍କ ଜାମିିନକୁ ଏନସିବି ବିରୋଧ କରିଛି । କୋର୍ଟରେ ଏନସିବି କହିଛି, ସମାଜରେ ଆର୍ଯ୍ୟନଙ୍କ ଖାତିର ରହିଛି । ବେଲ୍‌ ଦେଲେ ସେ ପ୍ରମାଣ ନଷ୍ଟ ସହ ପ୍ରତ୍ୟକ୍ଷ ଭାବରେ ଜାଣିଥିବା ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି । ଶୁଣାଣି ପୂର୍ବରୁ ନିଜ ଓକିଲଙ୍କୁ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଛି।

 ଆର୍ଯ୍ୟନଙ୍କ ପାଖରୁ ଡ୍ରଗ୍‌ ମିଳିନଥିଲେ ମଧ୍ୟ ସେ ଡ୍ରଗ୍‌ ଲିଙ୍କରେ ସାମିଲ ଥିବା ଉଲ୍ଲେଖ କରିଛି ଏନସିବି। ଆର୍‌ୟନ ଡ୍ରଗ୍‌ ପେଡଲର୍‌ଙ୍କ ସହ ସଂପର୍କରେ ଥିଲେ। ଏହାର ତଦନ୍ତ ହେବା ଜରୁରୀ ବୋଲି କହିଛି ଏନସିବି। ଗତ ୧୦ ତାରିଖରେ ଜବାବ ଦାଖଲ ପାଇଁ ଏନସିବି ଅଧିକ ସମୟ ମାଗିବାରୁ ଦୁଇ ଦିନ ଅଧିକ ସମୟ ଦେଇଥିଲେ କୋର୍ଟ। ଅନ୍ୟ ଅଭିଯୁକ୍ତଙ୍କର ମଧ୍ୟ ଆଜି ଜାମିନ ଶୁଣାଣି ହେବ। ସେପଟେ ଆର୍‌ୟନଙ୍କ ଜାମିନ ପାଇଁ ବରିଷ୍ଠ ଓକିଲ ଅମିତ ଦେଶାଇ ଯୁକ୍ତି ରଖିବେ।

ଶୁଣାଣି ପୂର୍ବରୁ କୋର୍ଟରେ ପହଞ୍ଚିଛନ୍ତି ଅମିତ ଦେଶାଇ, ସତୀଶ ମାନସିନ୍ଧେ ଓ ଶାହରୁଖଙ୍କ ମ୍ୟାନେଜର ପୂଜା ଦଦ୍‌ଲାନୀ। ୨୦୦୨ ହିଟ ଆଣ୍ଡ ରନ ମାମଲାରେ ସଲମାନ ଖାନଙ୍କ ପାଇଁ ଲଢିଥିଲେ ଅମିତ । ଏହି ମାମଲାରେ ସଲମାନ ଦୋଷମୁକ୍ତ ହୋଇଥିଲେ। ଏବେ ସୁଦ୍ଧା ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଦୁଇ ବିଦେଶୀ ନାଗରିକଙ୍କ ସମେତ ୨୦ ଜଣ ଗିରଫ ହୋଇଛନ୍ତି। ଆର୍ଯ୍ୟନ ଖାନ୍‌ ଏବେ ମୁମ୍ବାଇ ଆର୍ଥର ରୋଡ୍‌ ଜେଲରେ ଅଛନ୍ତି । ଇତିମଧ୍ୟରେ ଆର୍ଥର ରୋଡ ଜେଲରେ ୫ ଦିନ ବିତାଇ ସାରିଲେଣି ଆର୍ଯ୍ୟନ । ପୁଅ ଚିନ୍ତାରେ ଶାହାରୁଖଙ୍କ ଆଖିରୁ ନିଜ ହଜିଯାଇଛି । ଆର୍ଯ୍ୟନଙ୍କ ଭବିଷ୍ୟତ ଚିନ୍ତାରେ ରାତି ସାରା ଶୋଇ ପାରୁ ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.