କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଅଚାନକ ଚଢଉ କଲା NCB, ବଲିଉଡର ଆଗଧାଡିର ଅଭିନେତାଙ୍କ ପୁଅକୁ ଅଟକ ରଖିବା ସହିତ ୧୦ ଗିରଫ

ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଅଚାନକ ଚଢଉ କରିଛି ଏନସିବି। ଏଥିରେ ୧୦ ଲୋକଙ୍କୁ ଗିରଫ କରାଯାଇଛି। ଏହି ପାର୍ଟିରେ ବଲିଉଡର ଜଣେ ଆଗଧାଡିର ଅଭିନେତାଙ୍କ ପୁଅ ସାମିଲ ରହିଥିବା ଖବର ମିଳିଛି। କ୍ରୁଜରେ ଏନସିବି ୮ ଘଣ୍ଟାରୁ ଅଧିକ ସମୟରେ ଛାପା ମରିଥିଲା। କିନ୍ତୁ ଏନସିବି ଏପର୍ଯ୍ଯନ୍ତ କୌଣସି ଲୋକଙ୍କ ନାମ ଖୁଲାସା କରିନାହିଁ। ଏମାନଙ୍କୁ ନେଇ ତଦନ୍ତ ଆରମ୍ଭ କରିଛି ଏନସିବି।

ଏନସିନିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡ ଟିମ୍ ପକ୍ଷରୁ ଗତ ୮ ଘଣ୍ଟାରୁ ଅଧିକ ସମୟରେ ଛାପା ମାରିଥିଲା। କ୍ରୁଜରେ ଚାଲିଥିବା ପାର୍ଟିରୁ ଏନସିବିକୁ ଡ୍ରଗ୍ସ ମିଳିଛି। ଏହି କ୍ରୁଜ ମୁମ୍ବାଇରୁ ବାହାରିବା ପରେ ସମୁଦ୍ର ମଧ୍ୟରେ ଡ୍ରଗ୍ସ ପାର୍ଟିଆରମ୍ଭ ହୋଇଯାଇଥିଲା। ଏନସିବି ଟିମ୍ ପୂର୍ବରୁ କ୍ରୁଜରେ ରହିଥିଲେ। ଅଧିକ ଡ୍ରଗ୍ସ ମିଳିବା ପରେ କ୍ରୁଜ ମୁମ୍ବାଇ ଫେରିଥିଲା।

ଖବର ମୁତାବକ, ଏହି ପାର୍ଟିରେ ବଲିଉଡ ଷ୍ଟାର ଶାହରୁଖଙ୍କ ପୁଅ ଆର୍ଯ୍ଯନଙ୍କୁ ଅଟକ ରଖିଛି ଏନସିବି। ଆର୍ଯ୍ଯନଙ୍କୁ ଅଟକ ରଖି ଏନସିବି ପଚରାଉଚରା କରୁଛି ବୋଲି ଜଣାପଡିଛି।

Leave A Reply

Your email address will not be published.