ମଡେଲଙ୍କ ହେୟାର ଷ୍ଟାଇଲ ଖରାପ କରିବା ସେଲୁନକୁ ପଡିଲା ମହଙ୍ଗା, ଏବେ ଦେବାକୁ ହେବ ୨ କୋଟି କ୍ଷତିପୂରଣ

ମହିଳାମାନେ ସାଧାରଣତଃ ସେମାନଙ୍କ କେଶକୁ ନେଇ ଖୁବ୍ ସମ୍ବେଦନଶୀଳ ରୁହନ୍ତି। କେଶର ଯତ୍ନ ନେବା ପାଇଁ ସେମାନେ ଖୁବ୍ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଯଦି କୌଣସି ସେଲୁନ ଭୁଲ କରି ତେବେ ସେଲୁନକୁ ତାର ପରିଣତି ଭୋଗିବାକୁ ପଡିଥାଏ। ଏମିତି ଏକ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି। ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ପକ୍ଷରୁ ଗୋଟେ ସେଲୁନର ମହିଳାଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛି। ଏହି ସେଲୁନ୍ ମହିଳା ମଡେଲଙ୍କ ହେୟାର ଷ୍ଟାଇଲ୍ ଖରାପ କରିବା ସହ ହେୟାର ଟ୍ରିଟମେଣ୍ଟ ମଧ୍ୟ ଭୁଲ୍ ଉପାୟରେ କରିଥିଲା। ଫଳରେ ମହିଳାଙ୍କ ଜଣେ ଶୀର୍ଷ ମଡେଲ ହେବାର ସ୍ଵପ୍ନ ଭାଙ୍ଗିଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଏହାକୁ ନେଇ ଏନସିଡିଆରସିର ଅଧ୍ୟକ୍ଷ ଆରକେ ଅଗ୍ରୱାଲ୍ ଏବଂ ଏସଏମ କାନ୍ତିକରଙ୍କ ପୀଠ ଫାଇଭ୍ ଷ୍ଟାର ହୋଟେଲର ସେଲୁନକୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ମୁତାବକ, ଏହି ମହିଳା ମଡେଲ ଜଣଙ୍କ ହେଉଛନ୍ତି ଆଶନା ରାୟ। ତାଙ୍କର ଲମ୍ବା କେଶ କାରଣରୁ ସେ ବହୁ ବଡ଼ ବଡ଼ ବ୍ରାଣ୍ଡ ପାଇଁ ମଡେଲିଂ କରନ୍ତି। ସେ ୨୦୧୮ରେ ଦିଲ୍ଲୀରେ ସ୍ଥିତ ଏକ ହୋଟଲର ସେଲୁନକୁ ଯାଇଥିଲେ। ଏଠାରେ ସେଲୁନ ତାଙ୍କ କେଶ ଭୁଲ କାଟିବା ଏବଂ ଟ୍ରିଟମେଣ୍ଟ ଖରାପ କରିବା ଯୋଗୁ ସେ ତାଙ୍କ କାମ ହରାଇଛନ୍ତି। ଏଥିପାଇଁ କ୍ଷତି ସହିବାକୁ ପଡିଛି। ଏପରିକି ସେଲୁନ୍‌ରେ କିଛି କର୍ମଚାରୀଙ୍କ ଅବହେଳା କାରଣରୁ ତାଙ୍କ ମୁଣ୍ଡ ମଧ୍ୟ ଜଳିଯାଇଛି। ତାଙ୍କୁ ଏବେ ଆଲର୍ଜି ହୋଇଛି। ତେବେ ହୋଟେଲ ନିଜର ଭୁଲ୍ ସ୍ଵୀକାର କରିଥିଲା ଏବଂ ମାଗଣାରେ ମହିଳାଙ୍କର ଉପଚାର କରିବାNCDRC ପାଇଁ ମଧ୍ୟ ଚେଷ୍ଟା କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.