ଅଛିଣ୍ଡା ଅଙ୍କରେ ମହାରାଷ୍ଟ୍ର ରାଜନୀତି, ସରକାର ଗଠନ ପାଇଁ ଏନସିପିର ବୈଠକ

ମୁମ୍ବାଇ(କେନ୍ୟୁଜ୍): ସରକାର ଗଠନ ପାଇଁ ସଂଖ୍ୟା ଯୋଗାଡ଼ ନେଇ ଏନସିପିର ବୈଠକ। ମୁମ୍ବାଇର ୱାଇ ଚହ୍ଵନ ସେଣ୍ଟର ଠାରେ ଏନସିପି ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି। କଂଗ୍ରେସର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ବେଳେ ଆଜି ସୁଦ୍ଧା କୌଣସି ନିଷ୍କର୍ସ ବାହାରିବା ନେଇ ଦଳର ବରିଷ୍ଠ ନେତା ଅଜିତ ପାୱାର ଆଶାବାଦୀ ଅଛନ୍ତି। ସେପଟେ ଲୀଳାବତୀ ଡାକ୍ତରଖାନାରେ ଶିବସେନା ମୁଖପାତ୍ର ସଂଜୟ ରାଉତଙ୍କୁ ଭେଟି ଆଲୋଚନା କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ତୃତୀୟ ବୃହତ ଦଳ ଭାବେ ସରକାର ଗଠନ ନେଇ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଏନସିପିକୁ ଆମନ୍ତ୍ରଣ କରିଛନ୍ତି।

ଆଜି ରାତି ସାଢେ ୮ଟା ସୁଦ୍ଧା ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରି ସରକାର ଗଠନ ପାଇଁ ଦାବି ରଖିବେ। ଏନସିପି ଦାବି ଉପସ୍ଥାପନ କରିନପାରିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ସମ୍ଭାବନା ରହିଛି। ଗତକାଲି ରାଜଭବନରେ ଏନସିପିର ଏକ ୫ ଜଣିଆ ସଦସ୍ୟ ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟିଥିଲେ । ସେପଟେ ଆଜି ସୋନିଆ ଗାନ୍ଧିଙ୍କ ବାସଭବନରେ କଂଗ୍ରେସର କୋର ଗ୍ରୁପ୍ ବୈଠକ ବସୁଛି। ମୁମ୍ବାଇରେ ମଧ୍ୟ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାରଙ୍କୁ ଭେଟିବେ ବରିଷ୍ଠ କଂଗ୍ରେସ ନେତା । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସ ୪୪ଟି ଆସନରେ ବିଜୟୀ ହୋଇଛନ୍ତି । ଏବେ ଶିବସେନା, ଏନସିପି ଓ କଂଗ୍ରେସର ୧୫୪ ସଦସ୍ୟ ଥିବାରୁ ଏହା ମ୍ୟାଜିକ ନମ୍ବର ୧୪୫କୁ ପାର କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.