ସୀତାରମଣଙ୍କ ଉପରେ ବିବାଦୀୟ ବୟାନ୍ ଦେଇ ଫସିଲେ ରାହୁଲ୍ ଗାନ୍ଧୀ, କଂଗ୍ରେସ୍ ଅଧ୍ୟକ୍ଷଙ୍କୁ ନୋଟିସ୍ ପଠାଇଲା ମହିଳା ଆୟୋଗ

ନୂଆଦିଲ୍ଲୀ : ଅଡୁଆରେ କଂଗ୍ରେସ୍ ଅଧ୍ୟକ୍ଷ । ରାହୁଲ ଗାନ୍ଧୀଙ୍କ ଉପରେ ମହଙ୍ଗା ପଡିଲା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ଦେଇଥିବା ମନ୍ତବ୍ୟ । ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରିଛି ରାଷ୍ଟ୍ରୀୟ ମହିଳା ଆୟୋଗ ।
ସୂଚନାଯୋଗ୍ୟ, ରାଫେଲ୍ ବିବାଦ ନେଇ ମୋଦି ସରକାରଙ୍କ ଉପରେ ଆରୋପ ଲଗାଇ ରାହୁଲ୍ କହିଥିଲେ ପ୍ରଧାନମନ୍ତ୍ରୀ ଜଣେ ମହିଳାଙ୍କ ପଛରେ ଲୁଚୁଛନ୍ତି । ଏହି ବୟାନ୍ ପରେ ସମାଲୋଚନା ଶିକାର ହୋଇଥିଲେ କଂଗ୍ରେସ୍ ଅଧ୍ୟକ୍ଷ । ମୋଦିଙ୍କଠୁ ଆରମ୍ଭ କରି ଅମିତ ଶାହା ଓ ଅନ୍ୟାନ୍ୟ ନେତା ରାହୁଲଙ୍କୁ ସମାଲୋଚନା କରିଥିଲେ। ଏହାସହ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଶର୍ମା ଏନେଇ ଟୁଇଟ କରି ରାହୁଲଙ୍କୁ ମଧ୍ୟ କଡା ସମାଲୋଚନା କରିଛନ୍ତି ।