ଆଜି ଏନ୍‌ଡିଏ ଓ ଇଣ୍ଡିଆର ବୈଠକ, ଗୋଟିଏ ବିମାନରେ ନୀତୀଶ-ତେଜସ୍ୱୀ; ସାମ୍ନାକୁ ଆସିଲା ଫଟୋ

ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଆସିବା ପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ସରକାର ଗଠନ ପାଇଁ ଦାବି କରିଛି । ଏନ୍‌ଡିଏକୁ ବହୁମତ ମିଳିଛି । ସେପଟେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ୨୩୪ ଆସନରେ ବିଜୟ ହାସଲ କରିଛି ।

ଆଜି ଜୁନ୍‌ ୫ରେ ରାଜଧାନୀ ଦିଲ୍ଲୀରେ ଉଭୟ ମେଣ୍ଟ ଏନ୍‌ଡିଏ ଏବଂ ଇଣ୍ଡିଆର ପୃଥକ୍‌ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । କହି ରଖୁଛୁ, ନିର୍ବାଚନରେ ଏନ୍‌ଡିଏ ୨୯୨ ଆସନ ଜିତିଛି ।

ଏ ପର୍ଯ୍ୟନ୍ତର ମିଳିଥିବା ସୂଚନା ମୁତାବକ, ନୀତୀଶ କୁମାର ଏନ୍‌ଡିଏ ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଯାତ୍ରା କରିଛନ୍ତି । ନୀତୀଶ କୁମାରଙ୍କ ବିମାନରେ ତେଜସ୍ୱୀ ମଧ୍ୟ ଦିଲ୍ଲୀ ଯାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେ ମଧ୍ୟ ଦିଲ୍ଲୀରେ ହେବାକୁ ଥିବା ଏନ୍‌ଡିଏ ବୈଠକରେ ଯୋଗଦେବେ । ନିତିନ ଗଡକରୀ ସକାଳେ ନାଗପୁରରୁ ଦିଲ୍ଲୀ ଯାଇଛନ୍ତି । ଉଦ୍ଧବ ଠାକ୍‌ରେ ଆଜି ଇଣ୍ଡିଆ ବୈଠକରେ ଦିଲ୍ଲୀ ଯିବେ ନାହିଁ ।

Leave A Reply

Your email address will not be published.