ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜଗଦୀପ ଧନଖଡ଼। ଏନ୍ଡିଏର ପ୍ରାର୍ଥୀ ଧନଖଡ଼ ବିରୋଧୀଙ୍କ ସଂଯୁକ୍ତ ପ୍ରାର୍ଥୀ ମାର୍ଗରେଟ ଆଲ୍ଭାଙ୍କୁ ହରାଇ ଏହି ବିଜୟ ହାସଲ କରିଛନ୍ତି। ଧନଖଡ଼ଙ୍କୁ ୫୨୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଆଲ୍ଭାଙ୍କୁ ମିଳିଛି ମାତ୍ର ୧୮୨ ଖଣ୍ଡ ଭୋଟ୍। ଏଣୁ ଏବେ ବଡ଼ ବିଜୟ ହାସଲ କରିଛନ୍ତି ଧନଖଡ଼। ସେହିପରି ୧୫ ଖଣ୍ଡ ଭୋଟ୍ ନାକଚ ହୋଇଥିବା ଜଣାଯାଇଛି।
Delhi | NDA candidate Jagdeep Dhankar won by 346 votes as he bagged 528 of the total 725 votes that were cast. While 15 were termed invalid, Opposition candidate Margret Alva received 182 votes in the election: LS Gen-Secy Utpal K Singh pic.twitter.com/ZNHcbmftAU
— ANI (@ANI) August 6, 2022
ସୂଚନାଯୋଗ୍ୟ ଯେ ଜଗଦୀପ ଧନଖଡ଼ ପଶ୍ଚିମବଙ୍ଗର ପୂର୍ବ ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ବିପକ୍ଷ ଦଳ ତୁଳନାରେ ତାଙ୍କ ସ୍ଥିତି ମଜଭୁତ ଥିଲା। ଏଣୁ ସେ ଜିତିବା ଏକ ପ୍ରକାରର ସ୍ପଷ୍ଟ ଥିଲା। ଆଜି ନିର୍ବାଚନର ଫଳାଫଳ ମଧ୍ୟ ଏହି କଥାକୁ ସତ ପ୍ରମାଣିତ କରିଛି। ପ୍ରକାଶ ଯେ ଓଡ଼ିଶାର ନବୀନ ସରକାର ମଧ୍ୟ ଧନଖଡ଼ଙ୍କୁ ସମର୍ଥନ ଜଣାଇଥିଲେ।
Also Read: ନଦୀ ମଝିରେ ଅଘଟଣ : ଡଙ୍ଗାରେ ଖାଦ୍ୟ ତିଆରି କରିବା ବେଳେ ଫାଟିଲା ସିଲିଣ୍ଡର, ଚାଲିଗଲା ୪ ଶ୍ରମିକଙ୍କ ଜୀବନ