ଏନଡିଏ ସଂସଦୀୟ ଦଳ ବୈଠକ, ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ରଖିବେ ମୋଦି

ନୂଆଦିଲ୍ଲୀ : ସରକାର ଗଠନ ପୂର୍ବରୁ ଏନଡିଏ ବୈଠକ । ପାର୍ଲ୍ୟାମେଣ୍ଟ ସେଣ୍ଟ୍ରାଲ ହଲରେ ବୈଠକ ଚାଲିଛି । ଏନଡିଏର ସମସ୍ତ ଅଂଶୀଦାର ଦଳର ନବନିର୍ବାଚିତ ସାଂସଦ ମାନେ ବୈଠକରେ ଯୋଗ ଦେଇଛନ୍ତି । ଏନଡିଏ ନେତାମାନେ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ମୋଦିଙ୍କୁ ନେତା ନିର୍ବାଚିତ କରାଯିବ। ଟିଡିପି, ଜେଡିୟୁ, ଶିବସେନା ସିନ୍ଦେ ଗୋଷ୍ଠୀ, ଜେଡିଏସ , ଅପନାଦଲ ଆଦି ପ୍ରମୁଖ ରାଜନୈତିକ ଦଳ ମାନେ ବିଜେପି ନେତୃତ୍ବାଧୀନ ଏନଡିଏର ଅଂଶୀଦାର ଦଳ । ଏନଡିଏର ମୋଟ ସାଂସଦ ସଂଖ୍ୟା ରହିଛି ୨୯୩ । ପାର୍ଲ୍ୟାମେଣ୍ଟ ସମ୍ବିଧାନ ସଦନରେ ବୈଠକ ବସିଛି। ଆନୁଷ୍ଠାନିକ ଭାବେ ଏନଡିଏର ନେତା ନିର୍ବାଚିତ ହେବେ ମୋଦି। ଏହା ପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ମୋଦି । ସମର୍ଥନର ଦାଲିକା ଦେବେ । ଶନିବାର ସଂଧ୍ୟା ୬ ଟାରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ । ଅନ୍ୟପଟେ ବିଜେପି ପାଖରେ ୨୭୨ ସିଟ୍ ନଥିବା ବେଳେ ଏନଡିଏର ଅଂଶୀଦାର ଦଳଙ୍କ ଦାବି ବଢ଼ିବାରେ ଲାଗିଛି ।
ଏଥିପାଇଁ ଓଡ଼ିଶାର ନବ ନିର୍ବାଚିତ ୨୦ ଜଣ ବିଜେପି ସାଂସଦ ଦିଲ୍ଲୀ ଯାଇଛନ୍ତି । ବୈଠକରେ ସେମାନେ ସାମିଲ ହୋଇଛନ୍ତି । NDAର ନବ ନିର୍ବାଚିତ ସାଂସଦଙ୍କ ବୈଠକ ପରେ ବିଜେପିର ଶୀର୍ଷ ନେତୃତ୍ବ ଓଡ଼ିଶା ନେତାଙ୍କ ସହ ବୈଠକ କରିବେ। ବୈଠକରେ ଶୀର୍ଷ ନେତୃତ୍ବ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ମତାମତ ଗ୍ରହଣ କରିବେ ।