ଦିଲ୍ଲୀରେ ପାଣି ସପ୍ଲାଏକୁ ନେଇ ଏନଡିଏମସିର ଆଡଭାଇଜରୀ, ଭିଆଇପି ଅଞ୍ଚଳରେ ଦିନକୁ ଥରେ ଆସିବ ପାଣି

ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି ଟାଙ୍କି ପାଖରେ ଗରା, ବାଲଟି ଧରି ଲୋକଙ୍କୁ ଲାଇନ ଲଗାଇଥିବା ଦେଖିବାକୁ ମିଳିଛି । ଗୋଟିଏ ପାଣି ଟ୍ୟାଙ୍କର ଲାଗିଲେ ଶହଶହ ଲୋକ ପାଣି ପାଇଁ ହାଜର ହୋଇ ଯାଉଛନ୍ତି । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ସତ୍ତ୍ୱେ ଦିଲ୍ଲୀ ଜଳ ସଙ୍କଟ ସମସ୍ୟାର ସମାଧାନ ହୋଇପାରୁନାହିଁ। ଏହା ମଧ୍ୟରେ ଅନେକ ଅଞ୍ଚଳକୁ ଡ୍ରାଏ ଜୋନ ଘୋଷଣା କରାଯାଇଛି । ଏନଡିଏମସି ଭିଆଇପି ଅଞ୍ଚଳ ପାଇଁ ଆଡଭାଇଜରୀ ଜାରି କରିଛି ।
ଦିଲ୍ଲୀର କେତେକ ଅଞ୍ଚଳରେ ଯେତେ ଟ୍ୟାଙ୍କରରେ ପାଣି ସପ୍ଲାଏ ହେଉଛି, ତାହାକୁ ଏବେ ଅଧା କରିଦିଆଯାଇଛି । ଟ୍ୟାଙ୍କର ଅଭାବ ଯୋଗୁଁ ପାଣି ସପ୍ଲାଏରେ ସମସ୍ୟା ହେଉଛି ।
ଏବେ ଭିଆଇପି ଜୋନରେ ମଧ୍ୟରେ ଜଳ ସଙ୍କଟ ହେବାକୁ ଯାଉଛି । ଦିଲ୍ଲୀ ଲୁଟିୟନ୍ସ ଜୋନରେ ଜଳାଭାବକୁ ନେଇ ଆଲର୍ଟ ଜାରି କରିଛି ଏନଡିଏମସି । ଦିଲ୍ଲୀ ଜଳ ବୋର୍ଡ ତରଫରୁ ପାଣି ସପ୍ଲାୟ ପୁରା ହୋଇପାରୁନି । ତେଣୁ ଲୁଟିୟନ୍ସ ଜୋନର କିଛି ଅଞ୍ଚଳରେ ଜଳାଭାବ ଦେଖାଦେଇପାରେ ବୋଲି କହିଛନ୍ତି ଏନଡିଏମସି ଅଧିକାରୀ । ଜଳାଭାବ ଦୂର କରିବାକୁ ଲୋକଙ୍କୁ ପାଣି ନଷ୍ଟ ନକରିବାକୁ ଅପିଲ କରିଛି ଏନଡିଏମସି ।
ଆଡଭାଇଜରୀ ମୁତାବକ, ଭିଆଇପି ଅଞ୍ଚଳରେ ଏବେ ଗୋଟିଏ ଟାଇମ୍ ପାଣି ଆସିବ । ଜଳବୋର୍ଡକୁ ପୁରା ପାଣି ଆସୁନାହିଁ । ଦିଲ୍ଲୀରେ ପ୍ରତିଦିନ ୯୧୬ ଏମଜିଡି ପାଣି ଉତ୍ପନ୍ନ ହେଉଛି । କିନ୍ତୁ ଦିଲ୍ଲୀକୁ ପ୍ରତିଦିନ ୧୦୦୦ ଏମଜିଡି ପାଣି ଦରକାର ପଡୁଛି । ଏହାସହିତ ଭିଭିଆଇପି ଅଞ୍ଚଳରେ ପାଣି ଅଭାବ ଦେଖାଦେଇଛି । ଏଠାରେ ଦିନକୁ ମାତ୍ର ଥରେ ପାଣି ଆସୁଛି ।
ଚାଣକ୍ୟପୁରୀ ଅଞ୍ଚଳରେ ଲୋକ ସବୁକାମ ଛାଡି ସକାଳ ୬ରୁ ପାଣି ପାଇଁ ଲାଇନ ଲାଗୁଛନ୍ତି । ସକାଳ ୮ରେ ପାଣି ଟ୍ୟାଙ୍କର ଆସୁଛି । ପାଣିପାଇଁ ଏମାନେ ମାରପିଟ୍ ମଧ୍ୟ ଲାଗୁଛନ୍ତି । ମାତ୍ର ୫ ମିନିଟରେ ପାଣି ଟାଙ୍କି ଖାଲି ହୋଇଯାଉଛି । ତେବେ ଏଠିକାର ଅଧିକାଂଶ ଲୋକ ପାଣି ସମସ୍ୟା ଯୋଗୁଁ ଚିନ୍ତାରେ ରହିଛନ୍ତି । ଶ୍ରମିକ କାମ କରୁଥିବା ଲୋକ ପାଣି ପାଇଁ ଲାଇନରେ ଲାଗୁଛନ୍ତି ।