ମୃତ୍ୟୁ ଯନ୍ତାରୁ ଜୀବନକୁ ଉଦ୍ଧାର କରିଛି ଏନଡିଆରଏଫ, ଦେଶ କରୁଛି ଜୟ ଜୟ କାର
କେନ୍ୟୁଜ୍(ବ୍ୟୁରୋ): ହାରିଲା ମୃତ୍ୟୁ ଜିତିଲା ଜୀବନ । ବୋରେଓ୍ଵଲରୁ ଉଦ୍ଧାର ହେଲା ରାହୁଲ । ସରିଲା ରାହୁଲ ରେସ୍କ୍ୟୁ ଅପରେସନ୍ । ୮୦ ଫୁଟ୍ ବୋରେଓ୍ଵଲ୍ ଭିତରୁ ବାହାରକୁ ଆସିଲା ୧୦ ବର୍ଷର ରାହୁଲ । ୧୦୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସଫଳ ହୋଇଛି ଅପରେସନ ଜିନ୍ଦେଗୀ।
ମୃତ୍ୟୁ ଯନ୍ତାରୁ ଜୀବନକୁ ଉଦ୍ଧାର କରିଛି ଏନଡିଆରଏଫ। ସାରା ଦେଶରୁ ଏନଡିଆରଏଫ, ଭାରତୀୟ ସେନା ଓ ଛତିଶଗଡ଼ ପ୍ରଶାସନକୁ ମିଳୁଛି ସାବାସୀ। ୩ ଦିନ କାଳ ଖାଇବା ଓ ଶୋଇବା ଭୁଲି ଏହି ରେସ୍କ୍ୟୁ ଅପରେସନ କରିଥିବାରୁ ଚାରୁ ଆଡୁ ଛୁଟୁଛି ପ୍ରଶଂସାର ସୁଅ।
ଶୁକ୍ରବାର ୪ଟା ପରଠୁ ବୋରେଓ୍ଵଲ୍ ଭିତରେ ଥିଲା ରାହୁଲ । ଶହେ ୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ରେସ୍କ୍ୟୁ ଅପରେସନ୍ । ଉଦ୍ଧାର କାମରେ ଏନଡିଆରଏଫ୍, ଏସଡିଆରଏଫ୍ ସହ ସେନା ସାମିଲ ଥିଲେ । ଏବେ ମେଡିକାଲରେ ରାହୁଲର ଚିକିତ୍ସା ଚାଲିଛି । ତା ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଛତିଶଗଡ଼ ଜାଞ୍ଜଗିରି-ଚାମ୍ପା ଜିଲ୍ଲାର ପିହରିଡ୍ ଗାଁରେ ବୋରେଓ୍ଵଲରେ ଖସିପଡିଥିଲା ରାହୁଲ