ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ
ଡାକ୍ତରଖାନାର ବରିଷ୍ଠ ପ୍ରଫେସର ଡାକ୍ତର ରାଜେନ୍ଦ୍ର ମାଣ୍ଡିଆ କହିଛନ୍ତି ଯେ ମେ ୬ ରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ଯୁବକଙ୍କର ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା। ଯୁବକଙ୍କର ମାନସିକ ଅବସ୍ଥା ଟିକିଏ ଦୁର୍ବଳ ଥିବାରୁ ସେ ଲୁହା ଜିନିଷ ଗିଳି ଦେଇଥିଲେ।

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ ନଖ, ଦଶଟି ଲୁହା କଣ୍ଟା, ଆଠଟି ଛୁଞ୍ଚି, ଲୁହା ର ନଟ୍ ବୋଲ୍ଟ ଏବଂ ଚାବି ବାହାର କରିଥିବା ଜଣା ପଡ଼ିଛି । ଏହି ଯୁବକ ଜଣଙ୍କ ହରିୟାଣାର ବାସିନ୍ଦା । ଯାଞ୍ଚ ସମୟରେ ଯୁବକଙ୍କ ପେଟରେ ଲୁହା ଛୁଞ୍ଚି, ଚାବି, ନଟ୍-ବୋଲ୍ଟ ଭଳି ଜିନିଷ ମିଳିଥିଲା। ଯାହାକୁ ଦେଖିବା ପରେ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଥିଲେ ।
ଡାକ୍ତରଖାନାର ବରିଷ୍ଠ ପ୍ରଫେସର ଡାକ୍ତର ରାଜେନ୍ଦ୍ର ମାଣ୍ଡିଆ କହିଛନ୍ତି ଯେ ମେ ୬ ରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ଯୁବକଙ୍କର ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା। ଯୁବକଙ୍କର ମାନସିକ ଅବସ୍ଥା ଟିକିଏ ଦୁର୍ବଳ ଥିବାରୁ ସେ ଲୁହା ଜିନିଷ ଗିଳି ଦେଇଥିଲେ। ଯେତେବେଳେ ଯୁବକଙ୍କ ପେଟ ଯନ୍ତ୍ରଣା ହୋଇଥିଲା ସମ୍ପର୍କୀୟମାନେ ଯୁବକଙ୍କୁ ହସ୍ପିଟାଲ ଆଣିଥିଲେ ।
ଯାଞ୍ଚ ସମୟରେ ଯୁବକଙ୍କ ପେଟରେ ଲୁହା ଛୁଞ୍ଚି, ଚାବି, ନଟ୍-ବୋଲ୍ଟ ଭଳି ଜିନିଷ ମିଳିଥିଲା। ଡାକ୍ତରମାନେ ଲାପ୍ରୋସ୍କୋପି ମାଧ୍ୟମରେ ପେଟ ଭିତରେ ଥିବା ନଖ, ଛୁଞ୍ଚି, ଚାବି, ନଟ୍ ବୋଲ୍ଟ ଇତ୍ୟାଦିକୁ ବାହାର କରିଥିଲେ। ନଖ ଏବଂ ଛୁଞ୍ଚିର ଆକାର ଭିନ୍ନ ଥିଲା । ଏହା ପରେ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରି ଷ୍ଟିଚ୍ ସାହାଯ୍ୟରେ ପେଟକୁ ବନ୍ଦ କରାଯାଇଥିଲା। ଡାକ୍ତର ମାଣ୍ଡିଆ କହିଛନ୍ତି ଯେ ଏକ୍ସ-ରେ ଏବଂ ସିଟି ସ୍କାନ ପରେ ଜଣାପଡିଥିଲା ଯେ ସମସ୍ତ ଲୁହା ଜିନିଷ ଯୁବକଙ୍କ ପେଟରେ ଫସି ହୋଇ ରହିଥିଲା । ଏହି କାରଣରୁ ଦୂରବୀକ୍ଷଣ ସାହାଯ୍ୟରେ ଅପରେସନ୍ କରାଯାଇଥିଲା ।
ତେବେ ଏଭଳି ମାନସିକ ସ୍ତରରେ ଦୁର୍ବଳ ଥିବା ଲୋକଙ୍କ ଉପରେ ନଜର ରଖନ୍ତୁ । ନଚେତ ଏଭଳି ରୋଗୀମାନେ କେତେବେଳେ ଯେ କଣ କରିବେ ଭରସା ନାହିଁ । ତେଣୁ ଏମାନଙ୍କ ଉପରେ ନଜର ରଖି ଆପଣ ଏମାନଙ୍କ ଜୀବନ ବଞ୍ଚାଇ ପାରିବେ ।