NEET ଓ JEE ପରୀକ୍ଷା ସ୍ଥଗିତ ନେଇ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: NEET ଓ JEE ପରୀକ୍ଷା ସ୍ଥଗିତ ନେଇ ଆବେଦନ ଖାରଜ। ପରାକ୍ଷା ସ୍ଥଗିତ ନେଇ ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ। ଛାତ୍ରଛାତ୍ରୀଙ୍କ କ୍ୟାରିଅରକୁ ବିପଦକୁ ଠେଲି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ୨୦୨୦ ସେପ୍ଟେମ୍ବରରେ ହେବାକୁ ଥିବା ନିଟ ଓ ଜେଇଇ ପରୀକ୍ଷା ଅନୁସ୍ଥିତ ହେବାର ଧାର୍ଯ୍ୟ ହୋଇଛି।

ତେବେ କରୋନାକୁ ଦୃଷ୍ଟିରେ ରଖି ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ଆବେଦନ ଦେଇଥିଲା। ସାମାଜିକ ଦୂରତା ରକ୍ଷା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ପରୀକ୍ଷା କରିବାକୁ କୋର୍ଟ କହିଛନ୍ତି। ଡାକ୍ତରୀ ଓ ଇଞ୍ଜିନିୟରିଂ ପରୀକ୍ଷା ପାଇଁ ସର୍ବଭାରତୀୟ ସ୍ତରରେ ନିଟ ଓ ଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥାଏ।

Leave A Reply

Your email address will not be published.