NEET UG ୨୦୨୫ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଛାତ୍ରୀ, କୋଚିଂ ଫ୍ୟାକ୍ଟ୍ରି ରୁ ଆସିଲା ଦୁଃଖଦ ଖବର

ଦିଲ୍ଲୀ : NEET UG ୨୦୨୫ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ନିଜ ଜୀବନ ହାରିଦେଇଛନ୍ତି । ଏଭଳି ଏକ ଦଃଖଦ ଖବର କୋଚିଂ ହବ୍ ଭାବରେ ପ୍ରସିଦ୍ଧ କୋଟାରୁ ଆସିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କୋଟାରେ NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଯୁବତୀ ପରୀକ୍ଷାର ପୂର୍ବ ରାତିରେ ପରୀକ୍ଷା ପୂର୍ବରୁ ଛାତ୍ରୀ ଜଣକ ତାଙ୍କ ଘରେ ଜୀବନ ହାରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମଧ୍ୟ ପ୍ରଦେଶର ଜଣେ ଛାତ୍ରୀ ରାଜସ୍ଥାନର କୋଟାର କୁନହାଡି ଥାନା ଅଞ୍ଚଳରେ ରହି ମଧ୍ୟ NEET ପାଇଁ ପ୍ରସ୍ତୁତି କରୁଥିଲେ । NEET UG ୨୦୨୫ ଏକ ରିପୋର୍ଟ ଅନୁସାରେ ଛାତ୍ରୀଙ୍କ ପରିବାର ମଧ୍ୟ ତାଙ୍କ ସହିତ ରହୁଥିଲେ । ସେ NEET UG ପରୀକ୍ଷା ଯୋଗଦେବାକୁ ପ୍ରସ୍ତୁତ ହେଉଥିଲେ ।
ତେବେ ଛାତ୍ରୀ ଗତ କିଛି ଦିନ ଧରି ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ନେଇ ବହୁତ ଚାପରେ ଥିଲେ ବୋଲି ପରିବାର ସଦସ୍ୟମାନେ ପୋଲିସକୁ କହିଛନ୍ତି । ଘଟଣା ପରେ ପରିବାର ସଦସ୍ୟ ମାନେ ଭାଙ୍ଗି ପଡିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଛାତ୍ରୀ ଜଣକ ନିଜ ଘରେ ଜୀବନ ହାରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ତୁରନ୍ତ MBS ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Also read: ସୀମା ହାଇଦର – ସଚିନ ମୀନାଙ୍କ ଘରେ ଜୋରଜବରଦସ୍ତ ପଶିଲେ ଜଣେ ଯୁବକ, ଗୁଣି ଗାରେଡିର ଆଣିଲେ ଅଭିଯୋଗ