ଆଜି ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା NEET

ଆଜି ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା NEET । କୋଭିଡ୍‌ ୧୯ କଟକଣା ଭିତରେ ହେବ ପରୀକ୍ଷା । ଏଥିପାଇଁ ଭୁବନେଶ୍ୱର, କଟକ,ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ଅନୁଗୁଳରେ ହୋଇଛି ମୋଟ୍‌ ୮୪ଟି ସେଣ୍ଟର । ୩୭ ହଜାର ୪୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାର୍ଥୀଙ୍କ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟବସ୍ଥା କରାଯାଇଛି । ସେହିପରି ନିଟ୍‌ ପରୀକ୍ଷାର୍ଥିଙ୍କ ସୁବିଧା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଛି । ସେଣ୍ଟରକୁ ଛାତ୍ରଛାତ୍ରୀମାନେ ଦିନ ୧୧ଟା ୩୦ ମିନିଟ୍‌ରୁ ପର୍ଯ୍ୟାୟକ୍ରମେ ପ୍ରବେଶ କରିବେ । ସବୁ ପରୀକ୍ଷାର୍ଥୀ ଓ କର୍ମଚାରୀଙ୍କ ହେବ ଥର୍ମାଲ ସ୍କ୍ରିନିଂ ।

nitମେଟାଲ ଡିଟେକ୍ଟରରେ ଯାଞ୍ଚ କରାଯିବ । ହେଲେ ଶରୀରକୁ ସ୍ପର୍ଶ କରି ଯାଞ୍ଚ କରିବା ମନା । ସମସ୍ତେ ପିନ୍ଧିବେ ମାସ୍କ, ଗ୍ଲୋବ୍‌ସ । ପରୀକ୍ଷାର୍ଥୀ ନିଜ ସହ ଛୋଟ ହ୍ୟାଣ୍ଡ ସାନିଟାଇଜର ଓ ପରୀକ୍ଷା ସଂପର୍କିତ ଆଡମିଟ କାର୍ଡ, ପରିଚୟପତ୍ର ନେଇପାରିବେ । ସ୍କ୍ରିନିଂ ବେଳେ ଯେଉଁମାନଙ୍କର କୋଭିଡ ଲକ୍ଷଣ ଦେଖାଦେବ ସେମାନଙ୍କୁ ଅଲଗା ଆଇସୋଲେସନ୍‌ ରୁମ୍‌କୁ ପଠାଇ ଦିଆଯିବ । ଗୋଟିଏ ଗୋଟିଏ ହଲରେ ୧୫ ଜଣ ପରୀକ୍ଷାର୍ଥ ପରୀକ୍ଷା ଦେଇପାରିବେ ।

NEETପଜିଟିଭ୍‌ ଛାତ୍ରଛାତ୍ରୀଙ୍କୁ ହଲ୍‌କୁ ଏଣ୍ଟି୍ ମନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ SOP ଜାରି ହୋଇଛି । ପରୀକ୍ଷା ପୂର୍ବରୁ SOPଜାରି କରିଛି NTA । ଯେଉଁ ପରୀକ୍ଷାର୍ଥୀଙ୍କ ରିପୋର୍ଟ ପଜିଟିଭ୍‌ ଆସିବ ସେମାନଙ୍କୁ ଆଜି ପରୀକ୍ଷା ହଲ୍‌ରେ ପଶିବାକୁ ଅନୁମତି ଦିଆଯିବ ନାହିଁ । ପଜିଟିଭ୍‌ ଛାତ୍ରଛାତ୍ରୀ ଅନ୍ୟ ଦିନରେ ପରୀକ୍ଷା ଦେଇପାରିବେ। ଆଜିି ପରୀକ୍ଷା ପରେ ଏନେଇ ନିଆଯିବ ନିଷ୍ପତ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.