ଆଜିଠାରୁ ଆରମ୍ଭ ହେବ NEET-PG କାଉନସେଲିଂ

ନୂଆଦିଲ୍ଲୀ(କେନ୍ଯୁଜ୍): ଆଜିଠାରୁ ଆରମ୍ଭ ହେବ NEET-PG କାଉନସେଲିଂ । ୪ ମାସ ବିଳମ୍ବରେ ଆରମ୍ଭ ହେବ କାଉନସେଲିଂ । ଗତ ସେପଟେମ୍ବରରେ NEET-PG ପରୀକ୍ଷା ହୋଇଥିଲା । କିନ୍ତୁ କାଉନସେଲିଂରେ ବିଳମ୍ବ ହେବାରୁ ନାମଲେଖା ହୋଇପାରିନଥିଲା। ଗତ ୭ ତାରିଖରେ NEET-PG କାଉନସେଲିଂ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ।

୨୦୨୧ ଜୁଲାଇ ୨୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ NEET-PG କାଉନସେଲିଂ କରିବାକୁ ସୁପ୍ରିମକୋର୍ଟ କହିଥିଲେ । ଏହି ଅନୁସାରେ ସର୍ବଭାରତୀୟ ମେଡିକାଲ ସିଟ କୋଟାରେ ଓବିସିଙ୍କ ପାଇଁ ୨୭ ଓ EWS ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିଥିଲା । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଖୁବ୍‌ କମ୍‌ ସଂରକ୍ଷଣ ସହ ପିଜି ପାଠ୍ୟକ୍ରମରେ ଯୋଗ୍ୟତା ଭିତ୍ତିରେ ନାମଲେଖା ହେଉ ବୋଲି ଆବେଦନକାରୀ ଦର୍ଶାଇଥିଲେ ।

Leave A Reply

Your email address will not be published.