NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ, ଖୁବଶୀଘ୍ର ଘୋଷଣା ହେବ ପରବର୍ତ୍ତୀ ତାରିଖ

ଆଜି ହେବାକୁ ଥିବା NEET-PG ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ପରବର୍ତ୍ତୀ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା ହେବ । ମ୍ପିଟେଟିଭ୍ ପରୀକ୍ଷାର ପେପର ଲିକ୍ ଅଭିଯୋଗକୁ ଦୃଷ୍ଟିରେ ରଖି ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଏନଟିଏ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପାଇଁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।
ଏହା ପୂର୍ବରୁ ୟୁଜିସି ନେଟ୍ ଓ ସିଏସଆଇଆର ନେଟ୍ ପରୀକ୍ଷାକୁ ବି ସ୍ଥଗିତ ରଖାଯାଇଥିଲା । ଦେଶରେ ବର୍ତ୍ତମାନ ଚାଲିଥିବା ପରୀକ୍ଷା ବିବାଦକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପରୀକ୍ଷାର ପ୍ରକ୍ରିୟାକୁ ଭଲ ଭାବରେ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛି ।