ଜୁଲାଇରେ NEET PG ପରୀକ୍ଷା, ଚଳିତବର୍ଷ ହେବନି NExT ପରୀକ୍ଷା

ଜୁଲାଇରେ ହେବ NEET-PG ୨୦୨୪ ପରୀକ୍ଷା । ଅଗଷ୍ଟ ମାସରେ ହେବ କାଉନସିଲିଂର ଆୟୋଜନ ଅଗଷ୍ଟ ମାସରେ ହେବ । ନ୍ୟାସନାଲ ଏଗଜିଟ ଟେଷ୍ଟ (NExT) ୨୦୨୪ ଚଳିତବର୍ଷ ହେବ ନାହିଁ ।

ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ-ପିଜି(NEET-PG) ୨୦୨୪ ପରୀକ୍ଷା ଜୁଲାଇରେ ହେବ । ପରୀକ୍ଷା ହେବା ପରେ କାଉନସିଲିଂର ଆୟୋଜନ ଅଗଷ୍ଟ ମାସରେ ହେବ । ନ୍ୟାସନାଲ ଏଗଜିଟ ଟେଷ୍ଟ ୨୦୨୪ ଚଳିତବର୍ଷ ହେବ ନାହିଁ । ତେବେ ନିଟ୍‌ ପିଜି ୨୦୨୪ ପରୀକ୍ଷା ଜୁଲାଇରେ ହେବାକୁ ଥିବା ବେଳେ କାଉନସିଲିଂ ଅଗଷ୍ଟ ପ୍ରଥମ ସପ୍ତାହରେ ହେବ ।

ସୂଚନା ମୁତାବକ, ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ରେଗୁଲେସନ ୨୦୨୩କୁ ନୋଟିଫାଏ କରାଯାଇଛି । ଏଥିରେ ପୁରୁଣା ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ରେଗୁଲେସନ ୨୦୧୮କୁ ନିଟ୍‌ ପିଜି ପରୀକ୍ଷାକୁ ରିପ୍ଲେସ କରିବାକୁ କୁହାଯାଇଛି । ପିଜି ଆଡମିଶନ ପାଇଁ NEXT ଅର୍ଥାତ ନ୍ୟାସନାଲ ଏଗଜିଷ୍ଟ ଟେଷ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ରଖାଯାଇଛି ।

ସୂଚନାଯୋଗ୍ୟ, ନିଟ୍‌ ପିଜି ଏକ ନ୍ୟାସନାଲ ଲେବଲ ଟେଷ୍ଟ । ଗୋଟିଏ ମାତ୍ର ଟେଷ୍ଟ ମାଧ୍ୟମରେ ପିଜି କୋର୍ସ ଅର୍ଥାତ୍‌ ଏମଡି, ଏମଏସ, ପିଜି ଡିପ୍ଲୋମା କୋର୍ସରେ ଆଡମିଶନ ମିଳିବ । ଏହା ନ୍ୟାସନାଲ ମେଡିକାଲ କମିଶନ ଆକ୍ଟ ୨୦୧୯ ମଧ୍ୟରେ ଆସୁଛି । ତେବେ ଏହା ପ୍ରତିବଦଳରେ NEXT ପରୀକ୍ଷା ପାଇଁ ପ୍ରସ୍ତାବ ଦିଆଯାଇଛି । ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଚଳିତବର୍ଷ ଏହି ପରୀକ୍ଷା ଆୟୋଜିତ ହେବ ନାହିଁ ବୋଲି ସୂଚନା ମିଳିଛି ।

You might also like