ପ୍ରକାଶ ପାଇଲା ନିଟ୍ ରେଜଲ୍ଟ , ଏପରି ଦେଖନ୍ତୁ କାହାର କେତେ ରହିଲା ରାଙ୍କ

ଭୁବନେଶ୍ବର(କେନ୍ଯୁଜ୍) : ସର୍ବଭାରତୀୟ ସ୍ତରରେ ମେଡିକାଲ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ। www.ntaneet.nic.inରେ ପରୀକ୍ଷାଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀ ଏହି େଓ୍ଵବସାଇଟରେ ଲଗ୍‌ ଅନ୍‌ କରି ନିଜ ରେଜଲ୍ଟ ଜାଣି ପାରୁଛନ୍ତି। ଏମବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବ ଭାରତୀୟ ସ୍ତରରେ ଏକକ ମେଡିକାଲ୍‌ ପ୍ରବେଶିକା ବା ନିଟ୍‌ ହୋଇଥିଲା। ଏଥର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରାଜସ୍ଥାନର ନଳୀନ ଖଣ୍ଡେଲଓ୍ଵାଲ୍‌। ସେ ମୋଟ୍‌ ୭୨୦ ନମ୍ବରରୁ ୭୦୧ ନମ୍ବର ରଖିଛନ୍ତି।

ଦିଲ୍ଲୀର ଭାବିକ ବଂଶଲ ଓ ଉତ୍ତରପ୍ରଦେଶର ଅକ୍ଷତ କୌଶିକ ଉଭୟ ୭୦୦ ଲେଖାଏଁ ନମ୍ବର ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ପ୍ରଥମ ଶହେ ଜଣଙ୍କ ମଧ୍ୟରେ ଅଛନ୍ତି ୨୦ ଜଣ ଝିଅ। ଝିଅଙ୍କ ମଧ୍ୟରେ ତେଲେଙ୍ଗାନାର ମାଧୁରୀ ରେଡ୍ଡୀ ଜୀ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ର‍୍ୟାଙ୍କ ରହିଛି ସାତ ନମ୍ବର। ଚଳିତବର୍ଷ ଦେଶରେ ୧୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନିଟ୍‌ ଦେଇଥିଲେ। ନାମଲେଖା ପାଇଁ ଜୁନ୍‌ ୧୩ରୁ ଆରମ୍ଭ ହେବ କାଉନସେଲିଂ।