ଦେଶ ବିଦେଶ

‘ନିଟ୍‌’ ପ୍ରବେଶିକା ଫଳ ପ୍ରକାଶ, ୧୦୦ ରୁ ୧୦୦ ରଖିଛନ୍ତି ତିନି ଛାତ୍ର

ଭୁବନେଶ୍ୱର (କେନ୍ୟୁଜ): ପ୍ରକାଶ ପାଇଲା ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-୨୦୨୧’ ଫଳ। ଦେଶରେ ଏମ୍‌ବିଏସ ପାଠ୍ୟକ୍ରମରେ ନାମଲେଖାଇବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ନିଟ୍) ୨୦୨୧ ପରୀକ୍ଷାଫଳ ସୋମବାର ରାତିରେ ପ୍ରକାଶ ପାଇଛି। ପରୀକ୍ଷାଫଳ ପ୍ରକାଶ ସହିତ ଚୂଡ଼ାନ୍ତ ଉତ୍ତର କି’ ମଧ୍ୟ ପ୍ରକାଶ କରାଯାଇଛି। ଦେଶରେ ରେକର୍ଡ ସଂଖ୍ୟକ ୧୬.୧୪ଲକ୍ଷ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ। ନିଟ୍ ପରୀକ୍ଷା ଫଳ neet.nta.nic.in ଓ ntaresults.ac.in. ୱେବସାଇଟରେ ଉପଲବ୍ଧ ହେଉଥିବା ବେଳେ ପରୀକ୍ଷାର୍ଥୀଙ୍କ ଫଳାଫଳ ସେମାନଙ୍କୁ ଇମେଲ୍ ଯୋଗେ ପଠାଇ ଦିଆଯାଇଛି।

ତିନି ଜଣ ଛାତ୍ର ସର୍ବଭାରତୀୟସ୍ତରରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ସେମାନେ ହେଲେ ତେଲେଙ୍ଗାନାର ମୃଣାଳ କୁଟ୍ଟେରି, ଦିଲ୍ଲୀର ତନ୍ମୟ ଗୁପ୍ତା ଓ ମହାରାଷ୍ଟ୍ରର କାର୍ତ୍ତିକ ଜି ନାୟାର । ଏହି ତିନି ଜଣ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି। ସେହିପରି ସର୍ବଭାରତୀୟ ସ୍ତରରେ ୭୫ତମ ସ୍ଥାନ ହାସଲ କରିଥିବା ନେକ୍ତନ ସ୍ବାତୀ ଶ୍ରବଣ ମିଶ୍ର ଓଡ଼ିଶା ଟପ୍ପର ହୋଇଥିବା ସୂଚନା ହସ୍ତଗତ ହୋଇଛି। ସେ ଭୁବନେଶ୍ବରସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ର ବୋଲି ସୂଚନା ରହିଛି। ସୂଚନା ଯେ, ଏନଇଇଟି-୨୦୨୧ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରବେଶିକା ପରୀକ୍ଷା ଦେଶର ୧୬ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୱେବସାଇଟ୍‌ ଖୋଲୁ ନ ଥିବାରୁ ବହୁ ସ୍ଥାନରେ ଛାତ୍ରଛାତ୍ରୀ ହଇରାଣ ହୋଇଛନ୍ତି। ତେବେ ଖୁବ୍‌ଶୀଘ୍ର ସ୍ଥିତିରେ ସୁଧାର ଆସିବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି। ନିଟ୍‌ ଫଳ ପ୍ରକାଶ ପରେ ମେଡିକାଲ କଲେଜରେ ନାମଲେଖା ନେଇ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ କରାଯିବ। ନିଟ୍‌-ୟୁଜି ରୢାଙ୍କ୍‌ ଆଧାରରେ ଜାତୀୟ ଓ ରାଜ୍ୟସ୍ତରରେ କାଉନସେଲିଂ ଅନୁଷ୍ଠିତ ହେବ। ସର୍ବଭାରତୀୟ କୋଟାରେ ଥିବା ୧୫% ସିଟ୍‌ ପାଇଁ ଏମ୍‌ସିସି କାଉନସେଲିଂ କରିବାକୁ ଥିବା ବେଳେ ୮୫% ସିଟ୍‌ ରାଜ୍ୟସ୍ତରୀୟ କାଉନସେଲିଂରେ ପୂରଣ ହେବ। ଚଳିତବର୍ଷ ସେପ୍ଟେମ୍ବର ୧୨ରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Barsha

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

24 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

31 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago