ଆଜି ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା-ନିଟ୍: ପରୀକ୍ଷା ଦେବେ ୧୮ ଲକ୍ଷ ଛାତ୍ରଛାତ୍ରୀ, ଓଡିଶାରୁ ୧ଲକ୍ଷ ୩୦ହଜାର

କେନ୍ୟୁଜ୍: ଆଜି ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା- ନିଟ୍ । ପରୀକ୍ଷା ଦେବେ ୧୮ ଲକ୍ଷ ଛାତ୍ରଛାତ୍ରୀ । ଓଡିଶାରୁ ୧ଲକ୍ଷ ୩୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି- ଏନଟିଏ ପରିଚାଳିତ ନିଟ ପରୀକ୍ଷା ପାଇଁ ସାରା ଦେଶର ୪୯୭ଟି ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି ।
ଓଡ଼ିଶାର ୨୪ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । କେବଳ ଭୁବନେଶ୍ୱରରେ ହୋଇଛି ୧୮ଟି ସେଣ୍ଟର । ଦିନ ୨ଟାରୁ ଅପରାହ୍ଣ ୫ଟା୨୦ ପର୍ଯ୍ୟନ୍ତ ହେବ ପରୀକ୍ଷା । ଚଳିତବର୍ଷ ପରୀକ୍ଷା ଅବଧି ୨୦ ମିନିଟ ବୃଦ୍ଧି କରାଯାଇଛି । ଦିନ ୧୧ଟାରୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପ୍ରବେଶ କରିବେ । ସମସ୍ତ ପରୀକ୍ଷାର୍ଥୀଙ୍କ ପ୍ରବେଶ ସମୟ ଅଲଗା ଅଲଗା ରହିଛି । କୋଭିଡ କଟକଣାରେ ହେବ ପରୀକ୍ଷା । ମାସ୍କ ବାଧ୍ୟତାମୂଳକ ରହିଥିବା ବେଳେ କେବଳ ଆଇକାର୍ଡ଼ ଓ ଆଧାରକାର୍ଡ ନେଇ ଯାଇପାରିବେ ପରୀକ୍ଷାର୍ଥୀ ।