ନେପାଳରୁ ମହାକୁମ୍ଭ ବୁଡ଼ ପାଇଁ ଯାଉଥିବା ବେଳେ ବସ୍ ଦୁର୍ଘଟଣା, ଜଣେ ମୃତ, ୨୦ ଆହତ

ପ୍ରୟାଗରାଜ ମହାକୁମ୍ଭକୁ ବୁଡ଼ ପକାଇବାକୁ ଯାଉଥିବା ନେପାଳ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣା ଗାଜିପୁରର ଗୋରଖପୁର-ଗାଜିପୁର-ବାରଣାସୀ ଫୋରଲେନ ହାଇୱେରେ ସଦର କୋତୱାଲୀ ମୀରନପୁରର ଶକ୍କା ଗାଁ ନିକଟରେ ହୋଇଛି । ଦୁର୍ଘଟଣାରେ ଜଣେ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ରହିଛନ୍ତି ।
ଖବର ମୁତାବକ, ଗୋରଖପୁର-ଗାଜିପୁର-ବାରଣାସୀ ଫୋରଲେନ ହାଇୱେରେ ସଦର କୋତୱାଲୀ ମୀରନପୁରର ଶକ୍କା ଗାଁ ନିକଟରେ ହୋଇଛି । ଦୁର୍ଘଟଣାରେ ଜଣେ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ରହିଛନ୍ତି । ଦୁର୍ଘଟଣା ପରେ ଚିତ୍କାର ଶୁଣାଯାଇଥିଲା । ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ କରିଥିଲେ । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବସ୍ ନେପାଳର ବାରା ଜିଲ୍ଲାରୁ ବାହାରିଥିଲା । ଆଉ ବସଟି ବାରଣାସୀ ହୋଇ ପ୍ରୟାଗରାଜ ଯାଉଥିଲା । ବସରେ ମୋଟ ୪୦ରୁ ୪୫ ଜଣ ଶ୍ରଦ୍ଧାଳୁ ରହିଥିଲେ । ତେବେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା । ସମସ୍ତେ ନେପାଳରୁ ମହାକୁମ୍ଭକୁ ସ୍ନାନ ପାଇଁ ଯାଇଥିଲେ । ହଠାତ୍ ବସ୍ ଓଲଟି ପଡିଥିଲା । ଦୁର୍ଘଟଣା ସମୟରେ ବସର ସ୍ପିଡ ଅଧିକ ରହିଥିଲା ।
ସୂଚନାଯୋଗ୍ୟ, ୟୁପି ପ୍ରୟାଗରାଜରେ ମହାକୁମ୍ଭରେ ବୁଡ ପକାଇବାକୁ ଯିବା ବାଟରେ ବୋଲେରୋକୁ ଧକ୍କା ଦେଲା ବସ୍ । ମିର୍ଜାପୁର-ପ୍ରୟାଗରାଜ ରାଜପଥରେ ଏକ ବସ୍ ସହିତ ବୋଲେରୋ ଧକ୍କା ହେବାରୁ ଅତି କମ୍ରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା । ୧୯ ଜଣ ଯାତ୍ରୀ ଗୁରୁତର ଆହତ ମଧ୍ୟ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।
Also Read : ପ୍ରୟାଗରାଜ : ମହାକୁମ୍ଭରେ ବୁଡ଼ ପକାଇ ଫେରୁଥିବାବେଳେ ଚାଲିଗଲା ୧୦ ଜୀବନ, ୧୯ ଆହତ