ସମସ୍ତ ଭାରତୀୟ ବେସରକାରୀ ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ନେପାଳରେ ଲାଗିଲା ରୋକ

ଭାରତ ସହିତ ତିକ୍ତ ସମ୍ପର୍କ ଚାଲିଥିବା ବେଳେ ନେପାଳର କେବଲ ଅପରେଟର୍ସ ମାନେ ନିଜ ଦେଶରେ ସମସ୍ତ ଭାରତୀୟ ବେସରକାରୀ ଚ୍ୟାନେଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଏହି ପ୍ରତିବନ୍ଧ ସରକାରୀ ଚ୍ୟାନେଲ ଦୂରଦର୍ଶନ ଉପରେ ଲାଗୁ ହୋଇନାହିଁ । ଭାରତୀୟ ନ୍ୟୁଜ ଚ୍ୟାନେଲ ଦ୍ୱାରା ନେପାଳର ଅନ୍ତରୀଣ ସ୍ଥାନ ଗୁଡିକରେ ନିଆଯାଉଥିବା କଭରେଜ ଓ ପରେ ଅନଲାଇନ ମାଧ୍ୟମରେ ଜାରି ହେଉଥିବା ବିଭ୍ରାନ୍ତିକର ଆଲୋଚନାକୁ ଆକ୍ଷୀ ଆଗରେ ରଖି ହିଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ନେପାଳ ତରଫରୁ ଏହା ମଧ୍ୟ ଅଭିଯୋଗ ଆସିଛିକି, ବିଭିନ୍ନ ଭାରତୀୟ ଚ୍ୟାନେଲରେ ନେପାଳୀ ନେତୃତ୍ୱକୁ ନେଇ ଅନେକ ବିଭ୍ରାନ୍ତିକର ତଥ୍ୟ ପ୍ରସାରଣ କରାଯାଇଛି ।କେବଳ ମାତ୍ର ଦୂରଦର୍ଶନ ଚ୍ୟାନେଲକୁ ଛାଡ଼ି ବିଦେଶୀ ସମାଚାର ବିତରକ ସଂଗଠନ ବା ମଲ୍ଟି ସିଷ୍ଟମ ଅପରେଟର୍ସ ଅନ୍ୟ ସମସ୍ତ ଭାରତୀୟ

kp sharma

ବେସରକାରୀ ଚ୍ୟାନେଲ ଗୁଡିକର ପ୍ରସାରଣ ଉପରେ ରୋକ ଲଗାଇଛନ୍ତି । ଏନେଇ ନେପାଳ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଯୁବରାଜ କ୍ଷତିବାଡ଼ା ଗୁରୁବାର ସନ୍ଧ୍ୟାରେ ବୟାନ ଦେଇଛନ୍ତିକି, ଭାରତରେ ଏପରି ତଥ୍ୟ ପ୍ରସାରଣ ଜାରି ରହିଲେ ଆଗକୁ ସରକାର ରାଜନୈତିକ ବା ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି । ଭାରତୀୟ ମିଡ଼ିଆ ଦ୍ୱାରା ନେପାଳର ସାର୍ବଭୌମତ୍ୱ ଓ ଗାରିମା କ୍ଷତିଗ୍ରସ୍ତ ହେଲେ ରାଜନୈତିକ ପଦକ୍ଷେପ ବି ନେଇପାରେ । ଭାରତୀୟ ଗଣମାଧ୍ୟମ ଗୁଡିକରେ ନେପାଳକୁ ନେଇ ପ୍ରଚାରିତ ହୋଇଥିବା ରିପୋର୍ଟ ବିରୋଧରେ ଦେଶରେ ଅସନ୍ତୋଷ ଦେଖାଦେଇଥିଲା । ଏମିତିକି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ଅନ୍ୟାନ ନେତାଙ୍କ ସହ ନେପାଳରେ ଅବସ୍ଥିତ ହୋଇଥିବା ଚୀନ ରାଷ୍ଟ୍ରଦୂତ ହୋଓ ୟାଙ୍କିଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।

ଅବଶ୍ୟ, ଏଯାବତ ଏହି ସମ୍ବନ୍ଧରେ ନେପାଳ ସରକାରଙ୍କ ଦ୍ୱାରା କୌଣସି ଆଧିକାରିକ ଆଦେଶ ଜାରି କରା ଯାଇନାହିଁ । ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ସମୟରେ ହିଁ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସମୟରେ ଦୁଇ ଦେଶ ମଧ୍ୟରେ ନେପାଳ ଦ୍ୱାରା ପ୍ରସାରିତ ହୋଇଥିବା ନୂଆ ମାନଚିତ୍ରକୁ ନେଇ ତିକ୍ତତା ଲାଗି ରହିଛି । ଗତ ମେ ମାସ ୮ ତାରିଖରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲିପୁଲେଖ ଠାରୁ ଧାରାଚୁଲା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ନିର୍ମିତ ହୋଇଥିବା ଏକ ସଡକର ଉଦ୍ଘାଟନ କରିଥିଲେ । କିନ୍ତୁ ଭାରତର ଏହି ପଡୋଶୀ ଦେଶ ଲିପୁଲେଖ ଅଂଚଳକୁ ନିଜ ଅଂଚଳ ଦର୍ଶାଇ ମେ ମାସ ୧୮ ତାରିଖରେ ଏକ ନୂଆ ମାନଚିତ୍ର ଜାରି କରିଥିଲା । ଯେଉଁଥିରେ ଭାରତର ଲିପୁଲେଖ, କଳାପାଣି, ଲିମ୍ପିଆଧୁରା ଅଂଚଳକୁ ନିଜ ଅଂଚଳ ଭାବେ ଦର୍ଶେଇଥିଲା ନେପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.