ଓଲିଙ୍କ ଅଜବ ବୟାନ : ଭଗବାନ ରାମ ଭାରତର ନୁହେଁ ବରଂ ନେପାଳର, କଂଗ୍ରେସ କହିଲା ମାନସିକ ଭାରସାମ୍ୟ ହରାଇଛନ୍ତି ସେ

ଭଗବାନ ଶ୍ରୀରାମ ଭାରତର ନୁହଁନ୍ତି, ନେପାଳର । ତାଙ୍କର ଜନ୍ମସ୍ଥାନ ଭାରତର ଅଯୋଧ୍ୟା ନୁହେଁ । ପ୍ରକୃତରେ ତାଙ୍କ ଜନ୍ମସ୍ଥାନ ହେଉଛି କାଠମାଣ୍ଡୁ ଠାରୁ ଅଳ୍ପ ଦୂର ଏକ ଛୋଟ ଗ୍ରାମରେ । ଏଭଳି ଅଜବ ତଥା ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ।

ନିଜ ବାସଭବନରେ ଭାନୁ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଓଲି କହିଛନ୍ତି ଯେ, ଭାରତ ସଂସ୍କୃତିକୁ କଦର୍ଥ କରିବା ସହ ଏହାକୁ ଦମନ କରିଛି । ରାଜପୁତ୍ର ରାମଙ୍କୁ ଆମେ ସୀତା ଦେଇଛୁ । କିନ୍ତୁ ପ୍ରକୃତରେ ଆମେ ରାମଙ୍କୁ ହିଁ ଦେଇଛୁ । ରାମ ଆମର । ରାମଙ୍କ ଜନ୍ମସ୍ଥାନ ଭାରତର ଅଯୋଧ୍ୟା ନୁହେଁ । ରାମଙ୍କ ପ୍ରକୃତ ଜନ୍ମସ୍ଥାନ ହେଉଛି କାଠମାଣ୍ଡୁ ଠାରୁ ୧୩୫ କି.ମି. ଦୂର ବୀରଗଞ୍ଜ ଜିଲ୍ଲାରେ ଥିବା ଏକ ଛୋଟ ଗ୍ରାମ ଅଯୋଧ୍ୟାରେ। ସାଂସ୍କୃତିକ ଭାବେ ଆମକୁ ଦମନ କରାଯାଇଛି ଏବଂ ପ୍ରକୃତ ତଥ୍ୟକୁ ଲୁଚାଇ ରଖାଯାଇଛି। ଭଗବାନ ରାମ ଭାରତୀୟ ନୁହନ୍ତି, ନେପାଳୀ ବୋଲି ଓଲି କହିଛନ୍ତି ।

ଅନ୍ୟପକ୍ଷରେ ଓଲିଙ୍କ ଏଭଳି ବୟାନ ଉପରେ କଂଗ୍ରେସ ନେତା ଅଭିଷେକ ମାନୁ ସାଙ୍ଘବୀ କହିଛନ୍ତି, ଓଲି ପ୍ରକୃତରେ ନିଜର ମାନସିକ ଭାରସାମ୍ୟ ହରାଇଛନ୍ତି। ଟୁଇଟ୍ କରି ସେ କହିଛନ୍ତି ଯେ ଓଲିଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀ ଏଭଳି ଭିତ୍ତିହୀନ ଓ ଅପ୍ରାମାଣିତ ବୟାନ ଦେବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.