ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍; ଡିଜିଟାଲ୍ ମୁଦ୍ରାକୁ ପ୍ରମୋଟ୍ କଲେ ହ୍ୟାକର୍ସ!
ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ଟ୍ଵିଟର ଆକାଉଣ୍ଟକୁ ହ୍ୟାକରମାନେ ହ୍ୟାକ୍ କରି ଦେଇଥିଲେ। ବହୁ ଚେଷ୍ଟା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଏହାକୁ ପୁନରୁଦ୍ଧାର କରିଛନ୍ତି।
ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ‘@PM_Nepal’କୁ ଗୁରୁବାର ହ୍ୟାକ୍ କରାଯାଇଛି। ତାଙ୍କ ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକରମାନେ ଆକାଉଣ୍ଟରୁ ଡିଜିଟାଲ୍ ମୁଦ୍ରାକୁ ପ୍ରମୋଟ୍ କରିବା ସମ୍ବନ୍ଧିତ ଏକ ମେସେଜ ଟ୍ୱିଟ୍ କରିଛନ୍ତି।
ନେପାଳ ପିଏମ୍ଙ୍କ ଟ୍ୱିଟର ଆକାଉଣ୍ଟରେ ତାଙ୍କ ପ୍ରୋଫାଇଲ୍ ବଦଳରେ BLUR ଲେଖା ହୋଇଥିବା ଆକାଉଣ୍ଟ ଦେଖିବାକୁ ମିଳୁଛି। BLUR ପ୍ରୋ ଟ୍ରେଡରମାନଙ୍କ ପାଇଁ ଏକ ନନ୍-ଫଞ୍ଜିବଲ୍ ଟୋକନ୍ ମାର୍କେଟ୍ ପ୍ଲେସ୍। ଏଠାରେ ଡିଜିଟାଲ ମୁଦ୍ରାକୁ ପ୍ରୋତ୍ସାହନ ଦେବା କଥା କୁହାଯାଇଛି।
ଟ୍ଵିଟର ଆକାଉଣ୍ଟ ‘@ PM_Nepal’ରୁ NFT ସମ୍ବନ୍ଧରେ ଏକ ଟ୍ଵିଟ୍କୁ ପିନ୍ କରାଯାଇଛି, ଯେଉଁଥିରେ ଡିଜିଟାଲ୍ ପେୟର୍ସଙ୍କୁ ଡିଜିଟାଲ୍ ମୁଦ୍ରା ଦେବା କଥା କୁହାଯାଇଛି। ଆକାଉଣ୍ଟର ୬୯୦.୧K ଫଲୋଅର୍ସ ଅଛନ୍ତି। ଯଦିଓ ଆକାଉଣ୍ଟ ହ୍ୟାକ୍ ହେବା କ୍ଷଣି ନେପାଳର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଥିଲା, ଯାହା ପରେ ତୁରନ୍ତ ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ବହୁ ଚେଷ୍ଟା କରି ଆକାଉଣ୍ଟକୁ ପୁନରୁଦ୍ଧାର କରିଥିଲେ।
କହି ରଖୁଛୁ, ଏହା ପୂର୍ବରୁ ଗତ ମାସରେ ଟିଏମସିର ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା। ହ୍ୟାକର୍ସ ଆକାଉଣ୍ଟ ହ୍ୟାକ୍ କରିବା ପରେ ପାର୍ଟି ହ୍ୟାଣ୍ଡେଲର ଡିସ୍ପ୍ଲେ ପିକ୍ଚର ବଦଳାଇ ଦେଇଥିଲେ ଏବଂ ଏହାର ନାମ ୟୁଗ୍ ଲ୍ୟାବ୍ କରି ଦେଇଥିଲେ। ସେହିପରି ଗତ ବର୍ଷ ଡିସେମ୍ବର ୧୦ରେ YSR କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ଏହି ଡିଜିଟାଲ୍ କରେନ୍ସି ୟୁଜର୍ସ ହ୍ୟାକ୍ କରି ଦେଇଥିଲେ।
नेपाल के प्रधानमंत्री का आधिकारिक ट्विटर अकाउंट हैक हुआ। pic.twitter.com/zuhduLDH4t
— ANI_HindiNews (@AHindinews) March 16, 2023