କିଟକାଟ୍ ଜରି ଉପରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଲଗାଇଥିବାରୁ କ୍ଷମା ମାଗିଲା କମ୍ପାନୀ, କହିଲା ଖୁବ୍‌ ଶୀଘ୍ର ମାର୍କେଟରେ ବନ୍ଦ ହେବ ଭଗବାନଙ୍କ କଭର

କିଛିଦିନ ପୂର୍ବରୁ ନେସ୍ଲେ ମଲ୍ଟିନ୍ୟାସନାଲ କମ୍ପାନୀ କିଟ୍‌କାଟ୍‌ ଚକୋଲେଟ୍ ଜରି ଉପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କର ଏକ ପଟଚିତ୍ର ଫଟୋକୁ ଛାପିଥିଲା । ଯାହାକୁ ନେଇ ଓଡିଶାର ଅନେକ ଲୋକେ ଆପତ୍ତି ଉଠାଇଥିଲେ । କାରଣ ପ୍ରଭୁ ଜଗନ୍ନାଥଙ୍କ ସହିତ ଯୋଡା କୋଟି କୋଟି ଓଡିଆଙ୍କ ଆବେଗ । ଯେହେତୁ ଚକୋଲେଟ୍ ଖାଇ ସାରିବା ପରେ ଏହାର କଭରକୁ ସମସ୍ତେ ବାହାରେ ପକାଇ ଦିଅନ୍ତି, କିଏ ଏହାକୁ ପାଦରେ ଦଳି ଦିଏତ ପୁଣି କିଏ ନାଳ ନର୍ଦ୍ଦମାରେ ପକାଇ ଦିଏ, ଯାହା ହେଉଛି ଠାକୁରଙ୍କ ପାଇଁ ଅପମାନ। ତେଣୁ ଏହି ଚକୋଲେଟ୍ ମାର୍କେଟକୁ ଆସିବା ପରେ ଅନେକ ଏହାକୁ ନେଇ ପ୍ରଶ୍ନ କରିଥିଲେ ଓ କିଟକାଟ୍‌ର ଏହି କଭରକୁ ବ୍ୟାନ କରାଯିବା ପାଇଁ ମଧ୍ୟ କହିଥିଲେ।

kitkat
Picture Credit – India today

ତେବେ ଅନେକ ଆପତ୍ତି ଉଠାଇବା ପରେ ନେସ୍ଲେ କମ୍ପାନୀ କ୍ଷମା ମାଗିଛି ଓ ନେଷ୍ଟଲେ ସ୍ପଷ୍ଟ କରିଛି ଯେ କିଟକାଟ୍‌ ଟ୍ରାଭେଲ ବ୍ରେକ ପ୍ୟାକ୍ର ଥିବା ଏହି ଚିତ୍ରର ଉଦ୍ଦେଶ୍ୟ ହେଉଛି ଓଡିଶାର କଳା ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳୀକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ଏପରି କରିଥିଲୁ । ଖାସ କରି ଏହି ବର୍ଷ ଓଡିଶାର ସଂସ୍କୃତିକୁ ପାଳନ କରିବାକୁ ନେସ୍ଲେ ଏପରି ନିଷ୍ପତ୍ତି ନେଇଥିଲା । ଏଥିପାଇଁ ପ୍ୟାକ୍ରେ ଅନନ୍ୟ କଳା ପଟଚିଟ୍ରା ଫ୍ଲେଣ୍ଟିଂ ଡିଜାଇନ୍ ବ୍ୟବହୃତ ହୋଇଥିଲା ।
କିନ୍ତୁ ଅନେକ ଲୋକେ ଟ୍ୱିଟରରେ ଚିତ୍ର ସେୟାର କରି ନିଜର ଆପତ୍ତି ଜଣାଇଛନ୍ତି। ଯେଉଁମାନେ ଆପତ୍ତି କରିଥିଲେ ସେମାନେ କହିଛନ୍ତି ଯେ ଲୋକମାନେ ଚକୋଲେଟ୍ ଖାଇବା ପରେ ରାପର୍ ଡ୍ରେନ୍ କିମ୍ବା ଡଷ୍ଟବିନରେ ଫୋପାଡି ଦିଅନ୍ତି । ଏହି କାରଣରୁ କମ୍ପାନୀ ପ୍ରଭୁ ଜଗନ୍ନାଥ, ପ୍ରଭୁ ବାଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ଚିତ୍ରକୁ ରାପରରୁ ହଟାଇବା ଉଚିତ୍ ।

ଅନେକ ଓଡିଆଙ୍କ ଆପତ୍ତି ପରେ ନେସ୍ଲେ କମ୍ପାନୀ ଲୋକଙ୍କ ଆବେଗକୁ ସମ୍ମାନ ଜଣାଇ ଚକୋଲେଟ୍ ରାପର୍‌ ବା ଜରି ଉପରେ ଭଗବାନଙ୍କ ଚିତ୍ର ଛାପିବା ପରେ ଗତ ସୋମବାର ନେଷ୍ଟଲେ କମ୍ପାନୀ କ୍ଷମା ମାଗିଛି । ଏହା ସହିତ କମ୍ପାନୀ କହିଛି ଯେ ଏପରି ପ୍ରଭୁଙ୍କ ଫଟୋ ଛପା ହୋଇଥିବା ଚକୋଲେଟ୍କୁ ବଜାରରେ ଆଉ ଛଡାଯିବ ନାହିଁ ଓ ଯେତିକି ମାତ୍ରାରେ ଏହା ମାର୍କେଟକୁ ଯାଇଛି ତାହା ସବୁ କମ୍ପାନୀକୁ ଫେରସ୍ତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.