ବୃଦ୍ଧାବସ୍ଥାରେ ବୟସ୍କଙ୍କ ଯତ୍ନ ନେବା ପାଇଁ ସରକାରଙ୍କ ନୂଆ ଯୋଜନା, ତଳେ ପଡିବା ପୂର୍ବରୁ ଜଣାଇଦେବ ଏହି ଡିଭାଇସ

ମଣିଷ ଜୀବନ ପାଣି ଫୋଟକା। ହେଲେ ମଣିଷ ଜୀବନରେ ଏମିତି ଦୁଇଟି ମୋଡ ଆସିଥାଏ, ଯେଉଁଠି ମଣିଷକୁ ନିଜର ଧ୍ୟାନ ରଖିବା ଜରୁରୀ ହୋଇପଡେ। ଗୋଟେ ହେଲା ପିଲାବେଳ ଆଉ ଅନ୍ୟଟି ବୃଦ୍ଧାବସ୍ଥା। ଛୋଟ ବେଳେ ପିଲାର ଧ୍ୟାନ ବାପା ମା’ ନିଅନ୍ତି। କିନ୍ତୁ ବୃଦ୍ଧାବସ୍ଥାରେ ପିଲାମାନେ ହାତ ଛାଡିଦିଅନ୍ତି। ବୃଦ୍ଧାବସ୍ଥାରେ ବାପା ମା ଭଗବାନ ଭରସାରେ ରହିଥାଏ। ଅନେକ ମାମଲାରେ ପିଲାମାନେ ନିଜ ବାପା ମା’ଙ୍କୁ ଏକୁଟିଆ ଛାଡିଦିଅନ୍ତି। ଆଉ କିଛି ବୃଦ୍ଧାଶ୍ରମରେ ଛାଡିଦିଅନ୍ତି। ହେଲେ ଏମିତି ସମସ୍ୟାକୁ ଦୂର କରିବା ପାଇଁ ନେଦରଲାଣ୍ଡ ସରକାର ଏକ ଖାସ୍‌ ଡିଭାଇସ ତିଆରି କରିଛନ୍ତି। ଯାହାଦ୍ୱାରା ସେମାନଙ୍କର ଦେଖାଶୁଣା କରିବା ସହଜ ହୋଇଯିବ।

ରିପୋର୍ଟ ମୁତାବକ, ନେଦରଲାଣ୍ଡ ସରକାର ବୃଦ୍ଧଙ୍କ ଦେଖାଶୁଣା ସହଜ କରିବା ପାଇଁ କମ୍‌ ଖର୍ଚ୍ଚରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ ମଡେଲ ତିଆରି କରିଛି। ଏହାଦ୍ୱାରା ଏୟାରବ୍ୟାଗ୍‌ ଲେଗ୍‌ ବେଲ୍ଟ ଏବଂ ସ୍ମାର୍ଟ ଫ୍ଲୋର ଗ୍ୟାଜେଟକୁ ବ୍ୟବହାର କରାଯିବ। ଯଦି ଏହା ପଡିଯାଉଥିବା ଲୋକ ହାତରେ ରହିଥାଏ, ତେବେ ତା’ ପୂର୍ବରୁ ଜଣାଇଦିଏ। ଏହା ଆଲର୍ଟ ଦେବା ପରେ ଏୟାରବ୍ୟାଗ୍‌ ଲାଗିଥିବା ବେଲ୍ଟ ଫୁଲିଯାଏ ଏବଂ ବୃଦ୍ଧ ପଡିବା ପୂର୍ବରୁ ସୁରକ୍ଷିତ ହୋଇଯାଆନ୍ତି। ଏହାଦ୍ୱାରା ହାଡ ଭାଙ୍ଗିବା ଆଶଙ୍କା ନଥାଏ।

ନେଦରଲାଣ୍ଡରେ ବୃଦ୍ଧଙ୍କ ଯତ୍ନ ନେବା ପାଇଁ ସବୁଠାରୁ ଅଧିକ ପଇସା ଖର୍ଚ୍ଚ କରିଥାଏ। ୨୦୧୯ରେ ନେଦରଲାଣ୍ଡ ସରକାରଙ୍କ ଜିଡିପି ୪ ପ୍ରତିଶତ ଏବଂ ଡେନମାର୍କ ୩.୫ ପ୍ରତିଶତ ହିସାବରେ ସିନିଅର ସିଟିଜେନ୍ସକୁ ଦେଖାଶୁଣା କରିବାରେ ଖର୍ଚ୍ଚ କରୁଛି। ଏହି ରାଶି୨୦୫୦ ବେଳକୁ ଦୁଇଗୁଣା ହୋଇପାରେ। ଏମିତିରେ ସରକାର ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଚନ୍ତି।

ନେଦରଲାଣ୍ଡ ସରକାରଙ୍କ ହିସାବରେ ୨୦୪୦ ବେଳକୁ ଦେଶରେ ୭୫ କିମ୍ବା ତା’ଠାରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ୨୫ ଲକ୍ଷରୁ ଅଧିକ ହୋଇପାରେ। ଏଠାରେ କେବଳ ବୃଦ୍ଧଙ୍କ ସଂଖ୍ୟା ନୁହେଁ ବରଂ ସେମାନଙ୍କ ଦେଖାଶୁଣା କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ତେଣୁ ଏମାନଙ୍କର ଯତ୍ନ ରଖିବା ସମ୍ଭବ ହେଉନାହିଁ। ତେଣୁ ସରକାର ଏମିତି ଡିଭାଇସର ନିର୍ମାଣ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.