ସାଇକେଲରେ ଅଫିସ ଯାଆନ୍ତୁ, କିଲୋମିଟର ପିଛା ୧୬ ଟଙ୍କା ଆୟକର ଛାଡ ପାଆନ୍ତୁ

ନେଦରଲ୍ୟାଣ୍ଡ : ସାଇକେଲ ଚଢି ଅଫିସ କୁ ଗଲେ କିଲୋମିଟର ପିଛ ଆୟକର ୧୬ ଟଙ୍କା ଛାଡ କରିବେ ନେଦେରଲ୍ୟାଣ୍ଡ ସରକାର । ଘରୁ ଅଫିସ କୁ ଯିବାକୁ ହେଲେ ବାଇକ ପରିବର୍ତ୍ତେ ସାଇକେଲ ଚଳାଇ ଆସିଲେ ସରକାରଙ୍କ ତରଫରୁ ଏହି ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡିଛି ।

ନେଦରଲ୍ୟାଣ୍ଡ ଏମିତି ଏକ ଦେଶ ଯେଉଁଠାରେ ଅଧିକରୁ ଅଧିକ ଲୋକେ ବାଇକ ଓ କାର ପରିବର୍ତ୍ତେ ସାଇକେଲରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ସେଠାରେ ଅଧିବାସୀଙ୍କ ତୁଳନାରେ ସାଇକେଲର ସଂଖ୍ୟା ଅତ୍ୟଧିକ ବୋଲି ଜଣା ପଡିଛି । ଆଉ ସେମାନେ ଏହି ସାଇକେଲ ଚଲାଇବାର ମୁଖ୍ୟ କାରଣ ହେଲା ଘରଠାରୁ ଅଫିସ ଯାତାୟାତ ଖର୍ଚ୍ଚ ବାଇକ ଓ କାର ଖର୍ଚ୍ଚ ଠାରୁ ଅଧା ଲାଗେ । ରୋଡ ସାଇଡରେ ସାଇକେଲ ଚଳ ପ୍ରଚଳ ପାଇଁ ଅଲଗା ଟ୍ରାକ ହୋଇଥିବାରୁ ଟ୍ରାଫିକ ସମସ୍ୟା ରୁ ମୁକ୍ତି ପାଇ ସୁବିଧାରେ ଓ କମ ସମୟ ଭିତରେ ଗନ୍ତବ୍ୟସ୍ଥଳକୁ ପହଞ୍ଚି ହୁଏ । ଜନସାଧାରଣଙ୍କ ବହୁଳ ଭାବରେ ସାଇକେଲ ବ୍ୟବହାର ପାଇଁ ଏହି ଦେଶକୁ ସାରା ବିଶ୍ଵରେ ଅପ୍ରତିଦ୍ୱନ୍ଦ୍ୱ ସାଇକେଲର ଦେଶ ବୋଲି ମାନ୍ୟତା ଦିଆଯାଇଛି ।

ଯେତେବେଳେ ନେଦେରଲ୍ୟାଣ୍ଡର ସରକାର ପାର୍କିଙ୍ଗ ଓ ସାଇକେଲର ସୁରକ୍ଷା ପାଇଁ ବିଶ୍ୱମାନର ସାଇକେଲ ପଥ ନିର୍ମାଣ କରିଛନ୍ତି ଆଉ ସାଇକେଲ ଚଳାଳୀଙ୍କୁ ଏଭଳି ଆୟକର ଛାଡ କରି ପ୍ରସଂଶା ସାଉଣ୍ଟିବାର ଆଉ ପାଦେ ଆଗକୁ ଯାଇଛନ୍ତି ନେଦରଲ୍ୟାଣ୍ଡ ସରକାର ।

ପ୍ରତ୍ୟକ କିଲୋମିଟର ସାଇକେଲ ଚଲେଇଲେ କର୍ମଚାରୀ ମାନେ ୦.୨୨ଡଲାର ଅର୍ଥାତ୍ ୧୬ ଟଙ୍କା ଟ୍ୟାକ୍ସ ଫ୍ରି ପାଇବେ । ଆଉ ଏହି ଟ୍ୟାକ୍ସ କର୍ମଚାରୀ ମାନେ ଯେଉଁ କମ୍ପାନୀରେ କାମ କରୁଥିବେ ସେ କମ୍ପାନୀ ଏହି ସୁବିଧା ଦେବେ । ତେବେ ସାଇକେଲରେ ଅଫିସ ଗଲେ ଏହି ଟ୍ୟାକ୍ସ ଫ୍ରି ବ୍ୟବସ୍ଥା ଲାଗୁ ହୋଇପାରିବ । କୌଣସି ବ୍ୟକ୍ତିଗତ କାମରେ ବ୍ୟବହାର କଲେ ଏହା ଲାଗୁ ହୋଇପାରିବ ନାହିଁ ।

ୟୁନାଇଟେଡ଼ କିଙ୍ଗଡମ ସେହିପରି ସାଇକେଲ ଯୋଜନା କରିଥିଲା ଯେଉଁଥିରେ କର୍ମଚାରୀ ମାନଙ୍କୁ ଡ଼ିସକାଉଣ୍ଟରେ ବାଇକ ଓ ବାଇକ ସରଞ୍ଜାମ ନିଯୁକ୍ତିଦାତା ନିଜେ ଯୋଗେଇ ଦେବେ । ଗୋଟିଏ ସମାନ ଆୟକର ମୁକ୍ତ ବାଇକ କିଣି ପାରିବେ ଓ ଚଳାଇ ପାରିବେ କେବଳ ନେଦେରଲ୍ୟାଣ୍ଡ ଓ ବେଲଜିୟମରେ । ୟୁରୋପର କେତେକ ଦେଶ ମଧ୍ୟ ସାଇକେଲ କିଣିବା ପାଇଁ ଏହି ଆୟକର କାଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.